ଷଡଙ୍ଗିଙ୍କ ପାଇଁ ଷଡଯନ୍ତ୍ର : ପ୍ରତାପ ସାତ ପାଞ୍ଜିରୁ ଗଲେ

ବାଲେଶ୍ବର : ବାଲେଶ୍ବର  ବିଜେପିର ଭିତିରି କଥା ବାହାରକୁ ବାହାରି ଲାଣି , ଷଡଙ୍ଗୀଙ୍କ ପାଇଁ ଧର୍ମେନ୍ଦ କୁଆଡେ କରିଛନ୍ତି ଷଡଯନ୍ତ୍ର ଏକଥା  ଆମେ କହୁନେ ଏକଥା ବାଲେଶ୍ବର ବିଜେପିର ଖୁଦ୍ ଜଣେ ଆଗ ଧାଡିର କର୍ମୀ କହିଛନ୍ତି ା

ଧର୍ମେନ୍ଦ୍ର ବାଲେଶ୍ଵରରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ହରାଇବା ଲାଗି କୁଆଡେ ପଛପଟୁ ଉଦ୍ୟମ କରୁଥିବା ଚର୍ଚା ହେଉଛି। ଶ୍ରୀ ଷଡ଼ଙ୍ଗୀଙ୍କୁ ଅକଳରେ ପକାଇବା ପାଇଁ ଯେଉଁ ଉଦ୍ୟମ ହେଉଛି ସେସବୁ ପ୍ରାୟୋଜିତ ଏବଂ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରୋତ୍ସାହନ ରହିଛି ବୋଲି ବିଜେପି କର୍ମୀ ମହଲରେ ଆଲୋଚନା ହେଲାଣି।

ମିଳିଥିବା ଏକସୂଚନା ମୂଳେ ବାଲେଶ୍ବର ଜିଲ୍ଲାର ଯେଉଁ ଦୁଇଟି ସ୍ଥାନରେ ପ୍ରତାପଙ୍କ ଭୋଟ୍‌ ଶଙ୍କାରେ ଅଛି ତାହା ହେଲା ଭୋଗରାଇ ଏବଂ ବଡ଼ସାହି ବିଧାନସଭା ମଣ୍ଡଳୀ। ଏହି ଦୁଇ ମଣ୍ଡଳୀରେ ପ୍ରାର୍ଥୀ ଚୟନ ଅତ୍ୟନ୍ତ ପ୍ରୀୟାପ୍ରୀତିରେ ହୋଇଥିବା ବାଲେଶ୍ବର ବିଜେପିର କିଛି ଆଗଧାଡିର କର୍ମୀ ଅଭିଯୋଗ କରିଛନ୍ତି। ଏପରିକି ରାଜନୈତିକ ସମ୍ପର୍କ ନଥିବା ଜଣେ ବ୍ୟକ୍ତି କେବଳ କେନ୍ଦ୍ରମନ୍ତ୍ରୀଙ୍କ ନିକଟତର ବୋଲି ପ୍ରାର୍ଥୀ ହେବାର ସୁଯୋଗ ପାଇଥିବା ନେଇ କର୍ମୀ ମାନେ ଅଭିଯୋଗରେ ଦର୍ଶାଇ ଛନ୍ତି। ଜଣେ କର୍ମୀଙ୍କ କହିବା ମୂଳେ ,ଏ ବାବଦରେ କୁଆଡେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଭୋଗରାଇରେ ଦଳ ଯାହାଙ୍କୁ ପ୍ରାର୍ଥୀ କରିଛି ତାଙ୍କୁ ତୁରନ୍ତ ବଦଳାଇବା ପାଇଁ  ପ୍ରସ୍ତାବ ପାରିତ ହୋଇଥିଲା ା ଶୁଣୀବାକୁ ମିଳେ ବାଲେଶ୍ବରରେ ପ୍ରତାପଙ୍କୁ ହରାଇବା ପାଇଁ ଭିତରେ ଏକ ଆନ୍ତଃ ସ୍ରୋତ କାର୍ଯ୍ୟ କରୁଛି।

ତେବେ ପ୍ରତାପଙ୍କ ପ୍ରତି ଧର୍ମେନ୍ଦ୍ର ଇର୍ଷାନ୍ବିତ ହେବାର କାରଣ ହେଉଛି ପ୍ରତାପଙ୍କ ସହ ଜାତୀୟସ୍ତର ନେତାଙ୍କ ସୁସମ୍ପର୍କ । ପୁଣି ଏହାଙ୍କ ବିଜୟ ଦ୍ଵାରା ଧର୍ମେନ୍ଦ୍ର ଅଡ଼ୁଆ ପରିସ୍ଥିତିରେ ପଡ଼ିପାରନ୍ତି ବୋଲି ଆକଳନ କରାଯାଉଛି। ନିଜେ ନିର୍ବାଚନ ଲଢ଼ି ଜିତିବା ଶକ୍ତି ନଥିବାରୁ ଯେଉଁମାନଙ୍କ ଜିତିବା ସ୍ଥିତି ରହୁଛି ତାହାଙ୍କ ପରାଜୟକୁ ସେ ଅପେକ୍ଷା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ତାଙ୍କର କିଛି ବିଜେଡି ନେତା ଓ ପ୍ରାର୍ଥୀଙ୍କ ସୁସମ୍ପର୍କ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏ ସବୁ ମଧ୍ୟରେ ବାଲେଶ୍ବରରେ ପ୍ରତାପ ଜେ ୩ନମ୍ବର ସ୍ତାନରେ ରହିବେ ଏହା ସ୍ଥିର ହୋଇସାରିଲାଣି ତେବେ ପୁଣି ଜଦି ଧର୍ମେନ୍ଦ୍ରଙ୍କ ଚକ୍ରାନ୍ତଙ୍କ ବିରୁଦ୍ଧରେ କାମ କରେ ତାହାଲେ ଖେଳ ଶେଷ ମାନେ ପ୍ରତାପ ପୁରା ସାତପାଞ୍ଜିରୁ ଜିବେ ା

Leave a Reply

Your email address will not be published. Required fields are marked *