ଜଳେଶ୍ୱର : ( ସଂଜୟ ଦାସ ) ବିଜେଡି ଛାଡି ପଦ୍ମ ପୋଖରିରେ ବୁଡ ପକାଇଲେ ରଘୁ ା ରାଜ୍ୟ ରାଜନୀତି ରେ ପରିବର୍ତ୍ତନର ସୁଅ ଛୁଟିଥିବା ବେଳେ ରାଜ୍ୟ ବିଜେଡିର ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଗତ ଚାରିଦିନ ତଳେ ବିଜେଡି କୁ ବାୟ ବାୟ କରିବା ପରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ପହଂଚି ହଯାର ହଯାର କର୍ମିଙ୍କ ସହ ବିଧିବଦ୍ଧ ଭାବେ ବିଜେପି ରେ ମିଶି ପଦ୍ମ ଟୋପି ପିନ୍ଧିଛନ୍ତି ।

ରଘୁନାଥ ମହାନ୍ତି ବାଲେଶ୍ୱର ଜିଲ୍ଲା ତଥା ସାରା ଓଡିଶାରେ ଜଣେ ଆଗଧାଡିର ନେତା ଭାବେ ବେଶ ଜଣାଶୁଣା । ବିଜେଡି ଛାଡିବା ପରେ ଜିଲ୍ଳା ବିଜେଡି ଭିତରେ ଏକ କମ୍ପନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଉପରେ ଆସ୍ଥା ପ୍ରକଟ କରି ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପଦ୍ମ ଟୋପି ପିନ୍ଧି ମୋଦୀ ମନ୍ତ୍ର ଜପିଥିଲେ । ସବୁଠାରୁ ବଡ଼ କଥା ଯେ ବିଜେଡିର ଏହି ଭେଟ୍ରିୟାନ ନେତାଙ୍କୁ ନେଇ ରାଜ୍ୟ ଓ ଜିଲ୍ଲା ବିଜେପି ସାଧାରଣ ନିର୍ବାଚନରେ କଣ ଗୋଟି ଚାଲାଣ କରିବେ ତାହା ନିର୍ବାଚନର ଫଳାଫଳ ଉପରେ ବାକି ରହିଲା । ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ବିଜେପି ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ଚର୍ଚା ଜୋର ଧରିଥିବାବେଳେ ବା ଅନ୍ୟ କୌଣସି ଆସନରୁ ପ୍ରାର୍ଥୀ କରାଯିବା ପାଇଁ ଦଳ ଭିତରେ ଆଶଙ୍କା ରହିଛି । ତେବେ ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନିର୍ବାଚନ ମଣ୍ଡଳୀ ଜଳେଶ୍ୱର । ମାତ୍ର ଜଳେଶ୍ୱର ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଛି ଜୟନାରାୟଣ ମହାନ୍ତିଙ୍କୁ । ଜୟନାରାୟଣ ମହାନ୍ତିଙ୍କ ନିଜ ନିର୍ବାଚନ ମଣ୍ଡଳି ହେଉଛି ବସ୍ତା । ତେବେ ଜଳେଶ୍ୱର ଆସନରୁ ଜୟନାରାୟଣ ମହାନ୍ତିଙ୍କୁ ବସ୍ତା ଆସନକୁ ପରିବର୍ତନ କରି ରଘୁନାଥ ମହାନ୍ତିଙ୍କୁ କୁଆଡେ ଜଳେଶ୍ୱର ଆସନରୁ ପ୍ରାର୍ଥୀ କରାଯିବା ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି ା
