ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ପାଳଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ପୁରୁଷ ରହିଥିବା ବେଳେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି ।
ସୂଚନା ଅନୁସାରେ, ହୀରା ସିଂ ଭତ୍ରାଙ୍କ ପାଳଗଦାରେ ଛତୁ ଫୁଟିଥିଲା । ଆଜି ସକାଳେ ହୀରା ସିଂଙ୍କ ପରିବାର ଲୋକେ ସେହି ଛତୁକୁ ଆଣି ଖାଇବା ପରେ ସମସ୍ତଙ୍କୁ ପ୍ରଥମେ ବାନ୍ତି ହେବାରୁ ଗ୍ରାମର କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିବା ପରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।
