ପୁରସ୍କ୍ରୁତ ହେଲେ ୬ ପୁଲିସ୍ଅଧିକାରୀ

ବାଲେଶ୍ବର : ବାଲେଶ୍ବର ରିଜର୍ଭ ପୋଲିସ ଲାଇନ ପେରେଡ ପଡିଅାରେ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନା ଯୋଗ ଦେଇ ପୋଲିସ ପେରେଡ ଅଭିବାଦନ ଗ୍ରହଣ କରିଥିଲେ l

ଏହି ଅବସରରେ ଉତ୍ତମ କର୍ତ୍ତବ୍ଯ ପାଳନ କରିଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ଡିଅାଇଜି ସିହ୍ନା ପୁରସ୍କୃତ କରିଥିଲେ l ଅନ୍ଯ ମାନଙ୍କ ମଧ୍ଯରେ ଅାରକ୍ଷୀ ଅଧିକ୍ଷକ ବି.ଯୁଗଳ କିଶୋର, ଅାଡିସିନାଲ ଏସପି,ଏସଡିପିଓ, ଡିଏସପି ସମେତ ଟାଉନଥାନା,ସହଦେବଖୁଣ୍ଟାଥାନା,ସଦରଥାନା ଅାଇଅାଇସି ପ୍ରମୁଖ ଉପସ୍ଥିତ ଥିଲେ lଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ନିବେଦିତା ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ,ଉପଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଔପଦା ଓ ଆଇ ସି ପ୍ରସାନ୍ତ ଜେନାଙ୍କୁ ଜିଲ୍ଲାର ବେଷ୍ଟ ଓ ଆଇ ସି ଭାବେ ପୁରସ୍କ୍ରୁତ କରାଯାଇଛି ଯାହା ଔପଦା ବାସିଙ୍କୁ ଗର୍ବିତ କରିଥିବା କହିଛନ୍ତି ଔପଦାର ରାଷ୍ଟ୍ରପତି ପୁରସ୍କ୍ରୁତ ଶିଖ୍ୟକ ନିରଞ୍ଜନ ବାରି ା

Leave a Reply

Your email address will not be published. Required fields are marked *