ବାଲେଶ୍ୱର : ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ପାଇଖାନା ପାଇଁ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଅଞ୍ଚଳର ବୃଦ୍ଧ ଉପେନ୍ଦ୍ର ପ୍ରଧାନ ନିଜ ପୌତୁକ ଜାଗାରେ ନିଜ ପାଇଁ ପାଇଖାନା ଟିଏ ନିର୍ମାଣ କରିବାକୁ ଉଦ୍ୟମ କରୁଥିଲେ । ହେଲେ ନିର୍ମାଣ କରିବାକୁ ନିଜ ପୁଅ ଏହାକୁ ପ୍ରବଳ ବିରୋଧ କରିଆସୁଥିଲେ । ଯାହାକୁ ନେଇ ଉପେନ୍ଦ୍ର କିଛି ମାସ ହେବ ପୁଅ ବିରୋଧରେ ଅଭିଯୋଗ ନେଇ ସରକାରୀ ଦପ୍ତର ଧାଉଁଥୁଲେ ।
ହେଲେ କିଛି ବି ସୁଫଳ ପାଇନଥିଲେ । ଆଜି ନିଜ ଉଦ୍ୟମରେ ଏକ ପାଇଖାନାଟିଏ ନିର୍ମାଣ ପାଇଁ ଶ୍ରମିକ ଓ ମିସ୍ତ୍ରୀ ଡାକିଥିବା ବେଳେ ହଠାତ ପୁଅ, ବୋହୁ ଓ ନାତି ଆସି ବିରୋଧ କରିଥିଲେ । ପରେ ପାଇଖାନା ନିର୍ମାଣ ପାଇଁ ଦେଇନଥିଲେ । ପରେ ବୃଦ୍ଧ ବାପା ଉପାୟ ନପାଇ ନୀଳଗିରି ଥାନାର ଦ୍ୱାରାସ୍ତ ହୋଇଛନ୍ତି ।
