ରାଜରାସ୍ତାରେ ହୋମଗାର୍ଡଙ୍କ ଦାଦାଗିରି, ଫାଇନ ଟଙ୍କାକୁ ନେଇ ଯୁବକଙ୍କୁ ମାଡ ମାରିଲେ ହୋମଗାର୍ଡ

ଭଦ୍ରକ : ରାଜରାସ୍ତାରେ ହୋମଗାର୍ଡଙ୍କ ଦାଦାଗିରି । ଫାଇନ ଟଙ୍କାକୁ ନେଇ ଯୁବକଙ୍କୁ ମାଡ ମାରିଲେ ଭଦ୍ରକ ନାଇକାଣିଡ଼ିହି ଥାନାର ହୋମଗାର୍ଡ । ହୋମଗାର୍ଡ ଯୁବକଙ୍କୁ ମାଡ ମାରୁଥିବାର ଭିଭୁଆଲ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଯୁବକ ବିଦେଇପୁର ଅଞ୍ଚଳର ଚିରଞ୍ଜୀବ ମଲ୍ଲିକ ବୋଲି ଜଣାପଡିଛି ।

ଚିରଞ୍ଜୀବ କାମ ସାରି ନାଇକାଣିଡ଼ିହି ଛକରେ ଛିଡା ହେଇଥିବା ସମୟରେ ଥାନାର ହୋମଗାର୍ଡ କୁଶ ଜେନା ପହଂଚି ଯୁବକଙ୍କ ଗାଡ଼ିରେ ଫାଇନ ଲାଗିଛି ବୋଲି କହି ଫାଇନ ଟଙ୍କା ମାଗିଥିଲେ । ତେବେ ଯୁବକ ଜଣକ ତାଙ୍କୁ ନଦେଇ ଥାନାରେ ଦେଇ ଦେବେ ବୋଲି କହିବା ପରେ ଥାନାର ହୋମଗାର୍ଡ ଜଣକ ତାଙ୍କୁ ମାଡ଼ ମାରିବା ସହିତ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିଥିଲେ ।

Leave a Reply

Your email address will not be published. Required fields are marked *