କେନ୍ଦ୍ରାପଡା : ନା ସେ ନିଜ ନାଁ କହୁଛନ୍ତି, ନା କହୁଛନ୍ତି ଠିକଣା । ଗୁଣୁଗୁଣୁ ହୋଇ ସେ କହି ଯାଉଛନ୍ତି ଅନେକ କଥା । ହେଲେ ତା’ର ବେଦନା ବା କିଏ ବୁଝିବ ? ସକାଳ ହେଲେ ସେ ପ୍ଲାଷ୍ଟିକ ଅଖାବସ୍ତା ଧରି ବଜାରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆ ଗୁଡିକୁ ବସ୍ତାରେ ଭରି ଅଳିଆ ଗଦାରେ ପକାଉଥିବା ବେଳେ ରାତି ହେଲେ ସେହି ଅଳିଆଗଦା ନିକଟରେ ଥିବା ଡ୍ରେନ ପାଲଟିଛି ତାଙ୍କ ପାଇଁ ଶୋଇବା ଶେଜ ।
ଆଜ୍ଞା ହଁ, ଆପଣମାନେ ଟିକେ ଭଲ ଭାବେ ଦେଖନ୍ତୁ ଏହି ମହିଳାଙ୍କୁ । କଟକ ଚାନ୍ଦାବିଲି ମୁଖ୍ୟ ରାସ୍ତାର ଆଳି ମେଡିକାଲରୁ କିଛିବାଟ ଗଲାପରେ ସମସ୍ତେ ଦେଖନ୍ତି ସେହି ମହିଳା ଜଣକୁ । ରାସ୍ତା କଡ଼ରେ ଡ୍ରେନ ଓ ଅଳିଆ ଗଦାରେ କଟୁଛି ତାର ଜୀବନ । ଇଏ ସେହି ମହିଳା ଯିଏ କି ମାନସିକ ବିକୃତ ଭାବେ ଦୀର୍ଘ ଦିନ ହେବ ଆଳି ଅଞ୍ଚଳର ଗଳିକନ୍ଦିରେ ଘୁରିବୁଲୁଛନ୍ତି ।
ନା ତାଙ୍କର କାହା ସହିତ କିଛି କଥା ହେବାର ଅଛି ନା କାହାଠୁ କିଛି ନେବାରେ ଆଶା । ସକାଳ ହେଲେ ପଲିଥିନ ବସ୍ତାରେ ଅଳିଆ ସଫା କରୁଥିବା ବେଳେ, ସନ୍ଧ୍ୟା ହେବା ମାତ୍ରେ ଶୀତ କାକରରେ ସେ ଖଣ୍ଡେ ଚାଦର ଘୋଡେଇ ହୋଇ ଡ୍ରେନ ଉପରେ ରାତି କାଟି ଦେଉଛନ୍ତି ।
କିନ୍ତୁ ବଡ଼ କଥା ହେଉଛି ଶୀତ ଦିନରେ ଆମେ ସମସ୍ତେ ଘରେ କମଳ ଘୋଡେଇ ହୋଇ ସୋଇଥିବା ବେଳେ, କିନ୍ତୁ ସେହି ମହିଳା ଜଣକ ରାସ୍ତା କଡ଼ରେ ଖଣ୍ଡେ ଶାଢ଼ୀ ଘୋଡେଇ ମଶା ଡ଼ାନ୍ସରେ ଡ୍ରେନ ଉପରେ ଶୋଇଥିବା ଦେଖିବାକୁ ପାଇବେ । ସେହି ଅଳିଆ ଗଦାରେ ବସି ସବୁ ଅଲଗା ଅଲଗା କରୁଥୁବା ଦେଖିବାକୁ ମିଳେ ।
