୩ ଦଫା ଦାବି ନେଇ ବିଶାଳ ଗଣଧାରଣାରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର : ୩ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ବିଶାଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଛନ୍ତି ଲକ୍ଷାଧିକ ଶିକ୍ଷକ । ୬ ବର୍ଷ ପରେ ଠିକା ଚାକିରୀକୁ ମୂଳ ଚାକିରୀରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଦେବା, ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ଦାବି ନେଇ ଏକାଠି ହୋଇଛନ୍ତି ଲକ୍ଷାଧିକ ଶିକ୍ଷକ ।

ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ । ଲୋୟର ପିଏମଜିରେ ଗର୍ଜିଲେ ଶହ ଶହ ସଂଖ୍ୟାର କର୍ମଚାରୀ । ଗ୍ରେଡ ପେ ବୃଦ୍ଧି ଦାବିରେ ଏହି ସମାବେଶ କରାଯାଉଛି । ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି ।

ପୂର୍ବରୁ ଓଡିଶା ଅମଲା ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଜିଲ୍ଲାୱାରୀ ଅମଲାମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ୯୩୦୦ ଟଙ୍କା ଓ ଗ୍ରେଡ ପେ ୪୨୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଟାଳ ଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହେଉନାହିଁ । ରାଜ୍ୟ ସରକାରଙ୍କ ଦାବି ନେଇ ପ୍ରଥମ ଥର ପାଇଁ ରାଜଧାନୀକୁ ଆସିଛି ଏହି ସଂଘ ।

Leave a Reply

Your email address will not be published. Required fields are marked *