ଚିନ୍ତାରେ ଗରୀବ ଚାଷୀ, ଅଧିକ ଅମଳ ସାଜିଛି କାଳ

ବଲାଙ୍ଗିର : ଅଧିକ ଅମଳ ଆଶା । ଏବେ ଗରୀବ ଚାଷୀଙ୍କୁ ନିରାଶ କରିଛି । ଅଧିକ ଅମଳ ଆଶାରେ ଏକ ଘରୋଇ କମ୍ପାନୀର ଧାନ ଚାଷ କରିଥିଲେ । କିନ୍ତୁ ଅଧିକ ଅମଳ କ’ଣ ହେବ ଏବେ ୧୨ ମିଶା ଧାନ ବାହାରି ଯାଇଛି । କିଛି ଧାନ ବାହାରି ଯାଇଥିବା ବେଳେ, କିଛି ଗର୍ଭଧାରଣ କରିଛି ଆଉ କିଛି ଏଯାଏ ବାହାରି ନାହିଁ । ୧୨ ମିଶା ଧାନକୁ ଦେଖି ଚିନ୍ତାରେ ପଡିଛନ୍ତି ଚାଷୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକର ବରପିଟା ଗାଁରୁ ଆସିଛି ଏପରି ଅଭିଯୋଗ ।

ଲକଡାଉନ ମାତ୍ରେ ଘାଇଲା ଚାଷୀ ଚିନ୍ତା କରିଥିଲା ଅଧିକ ଅମଳ ହେଉଥିବା ଧାନ ଚାଷ କରିବ । ଧାର କରଜ କରି ଧାନ ବିହନ କିଣିଥିଲେ ଜଣେ ଘରୋଇ କମ୍ପାନୀର ଏଜେଣ୍ଟ ଠାରୁ । ଏଜେଣ୍ଟ କହିଥିଲା ଏକର ପ୍ରତି ୫୦ ରୁ ୬୦ ବସ୍ତା ଧାନ ହେବ । ତେଣୁ ଚାଷୀ ବିହନ ବସ୍ତାକୁ ୫୦୦ ଟଙ୍କାରେ କିଣି ବିଲରେ ହଳ ନଙ୍ଗଳ କରି ଚାଷ କରିଥିଲେ ।

ଧାନ ବାହାରିବା ସମୟରେ ଧାନ ଫସଲ ଦେଖି ଏବେ ଚାଷୀଙ୍କ ହୋଶ ଉଡାଇ ଦେଇଛି । କିଛି ଧାନ ବାହାରି ଯାଇଥିବା ବେଳେ, କିଛି ଧାନ ଗର୍ଭଧାରଣ କରିଛି କିଛି ଧାନ ବାହାରି ନାହିଁ । ଜାହାବି ବାହାରିଛି ତାହା ପୁଣି ୧୨ ମିଶା ଧାନ । ଚିନ୍ତାରେ ଏବେ ଗରୀବ ଚାଷୀ । ଅଧିକ ଅମଳ ଏବେ ଚାଷୀଙ୍କ ପାଇଁ କାଳ ହୋଇଛି ।

Leave a Reply

Your email address will not be published. Required fields are marked *