ଶଙ୍ଖ ଛାଡିଲେ ରଘୁ ନଷ୍ଟ ହେବେନା ଫୁଲକୁ ଯାଇ କଷ୍ଟ କରିବେ

ଜଳେଶ୍ୱର : ( ସଂଜୟ ଦାସ ) ଓଡିଶାରେ ଦଳ ଛାଡିବା ଦଳରେ ମିସିବାର ଏକ ପର୍ବ ଚାଲିଥିଲା ବେଳେ ଏପର୍ବରେ ବାଲେଶ୍ବର ଜିଲାର ବିଜେଡିର ପୂର୍ବତନ ମନ୍ତୀ ତଥା ବରିଷ୍ଟନେତା ରଘୁନାଥ ମହାନ୍ତି ସାମିଲ ହୋଇଛନ୍ତି ା ତେବେ ସେ ବିଜେଡି ଛାଡିଲା ପରେ ନଷ୍ଟହୋଇଜିବେ ନା ବିଜେପିକୁ ଯାଇ କଷ୍ଟ କରିବେ ତାହା ସମୟ କହିବ ା

ରଘୁନାଥ ମହାନ୍ତି ଗତକାଲି ଉଠାଜଳସେଚନ ନିଗମର ଅଧକ୍ଷ ପଦରୁ ଇସ୍ତଫା ଦେଇଥିଲା ବେଳେ ୨୪ଘଣ୍ଟା ନପୁରୁଣୁ ବିଜୁଜନତା ଦଳରୁ ନିଜ ପ୍ରାର୍ଥମିକ ସଦସ୍ୟ ଓ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଦଳ ଆଉ ବିଜେଡି ହୋଇନାହିଁ, ଦଳ ବର୍ତ୍ତମାନ କିଛି ମୁଷ୍ଟିମେୟ ସ୍ୱାର୍ଥପରଙ୍କ ଦ୍ଵାରା ପରିଚାଳିତ ହେଉଛି ଓ ଦଳର ସୁପ୍ରିମ ଏବେ ବିଜୁବାବୁଙ୍କ ଆଦର୍ଶ କୁ ଭୁଲିଗଲେଣି ବୋଲି ରଘୁନାଥ ମହାନ୍ତି କହିଛନ୍ତି । ବିଜେଡିରୁ ତଡାଖାଇ ଦୀର୍ଘ ଦିନଧରି ଦଳରେ ରହି ପୁଣି ଦଳରେ ମିଶି ବିଧାୟକ ହେବାକୁ ଆଶା ଓ ଅପେକ୍ଷାରେ ରହି ବିଫଳ ହେବାରୁ ଦଳଛାଡିଥିବା ମହାନ୍ତି ବାବୁ ଆଗାମି ଦିନରେ କଣ କରିବେ ତାହା ବଡ ପ୍ରଶ୍ନ। ତେବେ ରଘୁ ମାହାନ୍ତି ଆଗାମି ଦିନରେ ରାଜନୀତିରୁ ସନ୍ନ୍ୟାସୀ ନେବେ ନା ପଦ୍ମ ପୋଖରୀରେ ବୁଡ଼ ପକାଇ ମୋଦି ମନ୍ତ୍ର ଜପିବେ ତାହା ଦେଖିବା ପାଇଁ ବାକି ରହିଲା ।

Leave a Reply

Your email address will not be published. Required fields are marked *