ବେଆଇନ୍ କୋଇଲା ଗାଡିକୁ ଜବତ କରି ପୁଲିସର ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର : ବେଆଇନ୍ କୋଇଲା ଗାଡିକୁ ଜବତ କରି ପୁଲିସର ଜିମା ଦେଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ଠାରେ ବେଆଇନ୍ ଭାବରେ କୋଇଲା ବିକ୍ରି କରାଯାଉଥିବା ବେଳେ, ଗ୍ରାମବାସୀ ଏହାକୁ ବାରମ୍ବାର ବିରୋଧ କରି ଆସୁଥିଲେ କିନ୍ତୁ ଏହାକୁ ମାନୁନଥିଲେ କୋଇଲା ବେପାରୀମାନେ ।

ଗ୍ରାମବାସୀ ଆଜି କୋଇଲା ବୋଝେଇ ଟ୍ରକକୁ ଅଟକାଇ ଥାନାରେ ଜିମା ଦେଇଥିଲେ । ରେଳ ବିଭାଗରୁ ପରିବହନ ହେଉଥିବା କୋଇଲାକୁ ଚୋରି କରି ଆଣି ଏଠାରେ ବିକ୍ରୀ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଦିଗରେ ରେଳ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *