ନିମ୍ନମାନର ଛତୁଆକୁ ନେଇ ସମିତି ବୈଠକରେ ଉତ୍ତେଜନା, ବିଡିଓଙ୍କୁ ଖୁଆଇଲେ ନିମ୍ନମାନର ଛତୁଆ ଲଡୁ

ସମ୍ବଲପୁର : ନିମ୍ନମାନର ଛତୁଆକୁ ନେଇ ସମିତି ବୈଠକରେ ଉତ୍ତେଜନା । ଗର୍ଭବତୀ ମହିଳାଙ୍କୁ ବିଷ ଦେଉଥିବା ଅଭିଯୋଗ ହୋଇଛି । ଜୁଜୁମୁରା ସମିତି ବୈଠକରେ ଉତ୍ତେଜନା ଦେଖିବାକୁ ମିଳିଛି । ନିମ୍ନମାନର ଛତୁଆ ନେଇ ସମିତି ସଭ୍ୟ ଜୟନ୍ତ ପ୍ରଧାନ ଅଭିଯୋଗ କରିଥିଲେ । କେହି ଶୁଣିନଥିବାରୁ ସମିତି ବୈଠକରେ ବିଡିଓଙ୍କୁ ଖୁଆଇଲେ ନିମ୍ନମାନର ଛତୁଆ ଲଡୁ । ସମ୍ବଲପୁର ଜୁଜୁମୁରା ବ୍ଲକ ସମିତି ବୈଠକରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ।

ସମିତି ସଭ୍ୟ ଜୟନ୍ତ ପ୍ରଧାନ ନିମ୍ନମାନର ଛତୁଆ ତିଆରି ହେଉଥିବା ନେଇ ଅନେକ ଥର ଅଭିଯୋଗ କରିଥିଲେ । କେହି ଶୁଣିନଥିବାରୁ ମଙ୍ଗଳବାର ସମିତି ବୈଠକକୁ ଛତୁଆ ପ୍ୟାକେଟ ଆଣିଥିଲେ । ନିମ୍ନାମାନର ଛତୁଆ ଓ ବାଦାମ ଲଡୁ ବୈଠକରେ ଉପସ୍ଥିତ ଥିବା ଜୁଜୁମୁରା ବିଡିଓ, ସିଡିପିଓ, ବ୍ଲକ ଅଧ୍ୟକ୍ଷା, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଖାଇବାକୁ ଦେଇଥିଲେ । ଛତୁଆ ଏଭଳି ନିମ୍ନମାନର ଥିଲା ଯେ ତାହା ଦୁର୍ଗନ୍ଧ ହେବା ସହ ଫିମ୍ପି ମାରିଥିଲା । ତାହାକୁ ଅଧିକାରୀମାନେ ଖାଇପାରିନଥିଲେ । ଅନେକ ସମୟ ଧରି ବୈଠକରେ ହୋହାଲ୍ଲା ହେବା ସହ ଛତୁଆର ମାନ ଯାଂଚ କରିବା ପାଇଁ ଜୟନ୍ତ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *