ଭୁବନେଶ୍ୱର : ଚାଷୀ ଅସନ୍ତୋଷକୁ ଦେଖି ବିଜେଡିର ଇନପୁଟ ସବସିଡି ଲଲିପପ୍ । ଏତେ ବିଳମ୍ବରେ ଓ ମରୁଡି ଘୋଷଣା ନକରି କିଭଳି ଇନପୁଟ ସବସିଡି ଘୋଷଣା ହେଲା ତାକୁ ନେଇ ଉଠିଲା ପ୍ରଶ୍ନ । ଗତବର୍ଷ ଖରିଫ୍ ଋତୁରେ ରାଜ୍ୟରେ ମରୁଡି ଦେଖାଦେଇଥିଲେ । ବିଶେଷ ଭାବେ ପ୍ରଭାବିତ ହୋଇଥିଲା ପଶ୍ଚିମ ଓଡ଼ିଶାର ୮ ଜିଲ୍ଲା । ତୁରନ୍ତ ଚାଷୀଙ୍କୁ ଇନପୁଟ ସବସିଡି ଦେବା କଥା । ହେଲେ ବର୍ଷେ ପରେ ପଦ୍ମପୁର ଉପନିର୍ବାଚନ ସମୟରେ ଘୋଷଣା ହେଲା ଇନପୁଟ ସବସିଡି ।
ବଡ଼ କଥା ହେଉଛି ରାଜ୍ୟ ସରକାର ମରୁଡ଼ିର ବିସ୍ତୃତ ରିପୋର୍ଟ ପ୍ରକାଶ କରିନାହାନ୍ତି । ଜିଲ୍ଲାପାଳମାନଙ୍କ କ୍ରପ ଲସ ରିପୋର୍ଟ ପରେ ବି କାହିଁକି ଚୁପ୍ ଥିଲେ ସରକାର । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜୁଲାଇ ମାସରେ ବିଧାନସଭାରେ ଉତ୍ତର ରଖିଥିଲେ ବର୍ତ୍ତମାନ ସୁଦ୍ଧା ମରୁଡି ଘୋଷଣା ହୋଇନାହିଁ । ତେବେ ଘୋଷଣା କେବେ ହେଲା, ଗତକାଲି ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨ ଶହ କୋଟିର ଇନପୁଟ ସବସିଡି ଘୋଷଣା କରିଥିଲେ ।
