ଦଣ୍ଡମୁକ୍ତ ଅଞ୍ଚଳରେ ଦ୍ଵିତୀୟ ଶ୍ରେଣୀର ଛାତ୍ରକୁ ଦଣ୍ଡ ଅଭିଯୋଗ

ନବରଙ୍ଗପୁର : ଦଣ୍ଡମୁକ୍ତ ଅଞ୍ଚଳରେ ଦ୍ଵିତୀୟ ଶ୍ରେଣୀର ଛାତ୍ରକୁ ଦଣ୍ଡ ଅଭିଯୋଗ । ସମୟ ଅବଧି ମଧ୍ୟରେ ସ୍କୁଲର ପାଠ୍ୟକ୍ରମ କାର୍ଯ୍ୟ ସରାଇପାରି ନଥିବାରୁ କମ୍ପ୍ୟୁଟର ଶିକ୍ଷକ ଛାତ୍ରକୁ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଆହତ ଛାତ୍ରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଛାତ୍ରର ବାପା ଚିକିତ୍ସା କରାଇବା ସହ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ।

ଏତଲା ଅନୁସାରେ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନବରଙ୍ଗପୁର ସହର ଏଚଡ଼ିଏଫସି ବ୍ୟାଙ୍କ ଗଳି ସାହିର ରାଜେଶ ପ୍ରଧାନଙ୍କ ପୁଅ ମୌସମ ପ୍ରଧାନ ଦ୍ଵିତୀୟ ଶ୍ରେଣୀରେ ଅଧୟନ କରେ । ଶ୍ରେଣୀ ଶିକ୍ଷକଙ୍କ ଦ୍ଵାରା ସ୍କୁଲ ପାଠ୍ୟକ୍ରମ କାର୍ଯ୍ୟ ପ୍ରଦାନ କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ଗୁପ୍ତା । ଏଥିସହ ସମୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ସମୟ ଅବଧି ମଧ୍ୟରେ ସେହି କାର୍ଯ୍ୟ ସାରିନପାରିବାରୁ ସମ୍ପୃକ୍ତ ଛାତ୍ରଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ ।

ଯାହାକୁ ନେଇ ଛାତ୍ର ମୌସମ ଭୟଭୀତ ହେବା ସହ ଘରକୁ ଆସିଲା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ମାଡ଼, ଫଳରେ ଛାତ୍ରଙ୍କ ଗାଲ ଫୁଲିଯିବା ସହ ବିନ୍ଧୁଥିବା ସେ ଅଭିଯୋଗ କରିଛନ୍ତି । ଉକ୍ତ ଶିକ୍ଷକ ପ୍ରତିଦିନ ସେଭଳି ଅନ୍ୟମାନଙ୍କୁ ମାଡ଼ମାରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ପୀଡିତ ଛାତ୍ରଙ୍କ ବାପା ରାଜେଶ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦାୟର କରିଛନ୍ତି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନହିଁ ।

Leave a Reply

Your email address will not be published. Required fields are marked *