୨୨୦ ବର୍ଷର ପୁରାତନ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ନାହିଁ ଶୌଚାଳୟ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଅନ୍ୟତମ ବୃହତ୍ତମ ଗ୍ରାମ ଲଇଡା ଠାରେ ଥିବା ୨୨୦ ବର୍ଷ ପୁରାତନ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନାହିଁ । ଫଳରେ ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଶୌଚ ପାଇଁ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୧୮୦୨ ମସିହାରେ ଲଇଡା ନିମ୍ନ ପ୍ରାଥମିକ ସ୍କୁଲ ରୂପେ ସ୍ଥାପିତ ହୋଇଥିବା ଏହି ସ୍କୁଲ ୧୮୫୯ ମସିହାରେ ମିଡିଲ୍‌‌ ଭର୍ଣାକୁଲାର୍‌‌ ସ୍କୁଲର ମାନ୍ୟତା ପାଇଥିଲା । ପରେ ନୋଡାଲ୍‌‌ ସ୍କୁଲ ଏବଂ ସଂପ୍ରତି ଏହି ସ୍କୁଲକୁ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ବୋଲି କୁହାଯାଉଛି । ଏହି ସ୍କୁଲରେ ଏବେ ୧୬୨ ଜଣ ଅଧ୍ୟୟନ କରୁଛନ୍ତି । ସରକାର ସ୍ୱଚ୍ଛଭାରତ ଅଭିଯାନରେ ଶୌଚାଳୟ ନିର୍ମାଣକୁ ପ୍ରାଥମିକତା ଦେବା ସହିତ ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମି ଉନ୍ନତି ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିବା ବେଳେ, ୨୨୦ ବର୍ଷ ପୁରାତନ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାନଯିବା ପରିତାପର ବିଷୟ ବୋଲି ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *