ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ଗୋପନା ନିକଟ ଶୁଖାବନ୍ଦ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଵଣାଇ ନିକଟସ୍ଥ ବାବୁ ନୂଆଗାଁ ଗ୍ରାମର ସୁରେଶ କିସାନ ଏବଂ ଧର୍ମୁ ମୁଣ୍ଡା ବାଇକ୍ ଯୋଗେ ନିଜ ଶ୍ଵଶୁର ଘରକୁ ଯାଇ ନିଜ ଗ୍ରାମକୁ ଫେରିବା ସମୟରେ ଶୁଖାବନ୍ଧ ନିକଟରେ ତାଙ୍କ ବାଇକ୍ କୁ ଅନ୍ୟ ଏକ ବାଇକ୍ ଆରୋହୀ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତା ତଳକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଵଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶର ମୃତ୍ୟୁ ଘଟିଥିଲା । ଖବରପାଇ ଲହୁଣୀପଡ଼ା ପୋଲିସ ପହଞ୍ଚି ସୁରେଶର ଶବକୁ ଜବତ୍ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *