୧୩ ଦାଦନ ଶ୍ରମିକ ଉଦ୍ଧାର, ଚାଲାଣରେ ଶିକ୍ଷକ ସାମିଲ !

ବଲାଙ୍ଗୀର : ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ଏମାନଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ । ବଲାଙ୍ଗୀର ସହରରୁ ଏମାନଙ୍କୁ ଉଦ୍ଧାର କରିଛି ଟାଉନ୍ ପୋଲିସ ।

ଖବର ଅନୁଯାୟୀ, ଏକ ଘରୋଇ ବସରେ ପାଇକମାଲରୁ ବ୍ରହ୍ମପୁର ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣେ ସରକାରୀ ଶିକ୍ଷକ ଦାଦନ ଚାଲାଣ କରୁଥିବା ନେଇ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣଙ୍କ ଘୁଷୁରାମୁଣ୍ଡା ଅଞ୍ଚଳର ଏକ ସରକାରୀ ସ୍କୁଲରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଶ୍ରମିକମାନେ ରାଜ୍ୟ ବାହାରକୁ ନଯାଇ ରାଜ୍ୟ ଭିତରେ କାମ କରିବାକୁ ଯାଉଥିବା କହିଛନ୍ତି ଉଦ୍ଧାର ଶ୍ରମିକ । ବଲାଙ୍ଗୀର ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *