ପଟ୍ଟାମୁଣ୍ଡାଇ : ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ରାସ୍ତାରେ କୁମ୍ଭୀରକୁ ଦେଖିଥିଲେ ସ୍ଥାନୀୟ ଲୋକେ । ରାଜନଗର ଭିତରକନିକା ମୁଖ୍ୟରାସ୍ତା ଘଡିଆମାଳ ନିକଟରେ ଘଟିଛି ଘଟଣା ।
ସୂଚନା ଥାଉକି, କୋଚିଆ ନଦୀରୁ ବ୍ରାହ୍ମଣୀ ନଦୀକୁ ସେଇ ରାସ୍ତା ଦେଇ ଅତିକ୍ରମ କରୁଥିଲା ବଉଳା କୁମ୍ଭୀର । ଏଭଳି ବିଶାଳକାୟ କୁମ୍ଭୀରକୁ ରାସ୍ତା ଉପରେ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ନଦୀ କିମ୍ବା ପୋଖରୀରେ ଥିବା ସନ୍ଦେହ କରୁଛନ୍ତି ଲୋକେ ।
