ଟିକିରି : ରାୟଗଡା ଜିଲ୍ଲା ସୁରୁଗଞ୍ଜ ଗ୍ରାମର ଶ୍ରୀ ସୁରେଶ ନାଏକ କିଛି ବର୍ଷ ପୂର୍ବରୁ ନିଜର ଜୀବନ ନିର୍ବାହ ଓ ପରିବାରର ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ କେରଳରେ ଜଣେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ ସମ୍ପ୍ରତି ସେ ଜଣେ ସୁଖୀ ମଣିଷ ଯିଏ କେବଳ ଜଣେ ଉଦ୍ୟୋଗୀ ଏବଂ ଏକ ଫାବ୍ରିକେସନ ୟୁନିଟ୍ର
ମାଲିକ ପାଲଟି ନାହାନ୍ତି, ତାହା ସହିତ ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେଉଛନ୍ତି ଏବଂ ତାଙ୍କର ହସ ଅନ୍ୟମାନଙ୍କ ମୁହଁରେ ଫୁଟାଇବାକୁ ପ୍ରୟାସ କରୁଛନ୍ତି । ତାଙ୍କ ଜୀବନରେ ଏଭଳି ରୂପାନ୍ତରଣ ନିମନ୍ତେ ସେ ସମସ୍ତ ଶ୍ରେୟ ପ୍ରୋଜେକ୍ଟ ଉଦ୍ୟମୀକୁ ଦେଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଉତ୍କଳ ଆଲୁମିନାର ମାନସ ସନ୍ତାନ ଏହି ପ୍ରକଳ୍ପ କେବଳ ସୁରେଶ ନୁହନ୍ତି, ଉକ୍ତ ଅଞ୍ଚଳର ଅନେକଙ୍କ ଜୀବନରେ ରୂପାନ୍ତରଣ ଆଣିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଉତ୍କଳ ଆଲୁମିନା ପକ୍ଷରୁ ଏଣ୍ଟରପ୍ରିନ୍ୟୋରସିପ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଇଡିଆଇଆଇ) ସହଯୋଗରେ ୨୧ ଜୁଲାଇରେ ଆରମ୍ଭ କରାଯାଇଥିବା ଏହି ଅନନ୍ୟ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ
ଗ୍ରାମାଞ୍ଚଳ ବ୍ୟବସାୟ ଇନ୍କ୍ୟୁବେସନ ଢାଞ୍ଚା ଜରିଆରେ ଅଣ-କୃଷି ଏବଂ କୃଷି-ଆନୁସଙ୍ଗିକ କ୍ଷେତ୍ରରେ ୩୦୦ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି, ଯାହା ଭାରତରେ ଏହି ଧରଣର ପ୍ରଥମ ଏଭଳି ବିଶାଳ କାର୍ଯ୍ୟକ୍ରମ ହୋଇଛି ।

ଆତ୍ମନିର୍ଭର ଭାରତ ଏବଂ ଏମ୍ଡିଜି ଲକ୍ଷ୍ୟ ହାସଲ ନିମନ୍ତେ ସ୍ପଷ୍ଟ ଆହ୍ୱାନ ଧାରାରେ ପରିଚାଳିତ ହୋଇ ଏହି ପ୍ରକଳ୍ପ ରାୟଗଡା ଜିଲ୍ଲାର କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରର ଆଭ୍ୟନ୍ତରୀଣ ଦୁର୍ଗମ ଅଞ୍ଚଳଗୁଡିକରେ ସ୍ଥାନୀୟ ଜନସାଧାରଣଙ୍କର ସାମାଜିକ ଅର୍ଥନୈତିକ ଉତ୍ଥାନ ଘଟାଇ ସେମାନଙ୍କ ଜୀବନରେ ରୂପାନ୍ତରଣ ଆଣିବାକୁ
କାର୍ଯ୍ୟକାରୀ କରାଯାଇଛି ।
ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍, ଉତ୍କଳ ଆଲୁମିନା କହିଛନ୍ତି, “ଏହି ଅନନ୍ୟ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ ସରକାରଙ୍କର ଏମ୍ଏସଏମ୍ଇ, ଏସଏମ୍ଇ, ଓଏଲ୍ଏମ ଆଦି ପରିବ୍ୟବସ୍ଥାକୁ ରାଜ୍ୟରେ ସମର୍ଥନ କରୁଛି ଏବଂ ସେହି ସମୟରେ ଏକ ଦୀର୍ଘାବଧି ଆୟ ନିମନ୍ତେ ବାସ୍ତବ କ୍ଷେତ୍ରରେ ଯୋଜନାକୁ
ଫଳପ୍ରସୂ କରାଉଛି । ଟିକିରିର ଗୋକୁଳମୁଣ୍ଡା ଗ୍ରାମରେ ଏଣ୍ଟରପ୍ରାଇଜ ମ୍ୟାପିଂ, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ସମ୍ମିଶ୍ରଣ, ବଜାର ସହାୟତା ଆଦି ବ୍ୟବସାୟିକ ବିକାଶ ସେବା ପ୍ରଥମ ଓ ଦ୍ୱିତୀୟ ପିଡିର ବ୍ୟବସାୟ ମାଲିକମାନଙ୍କୁ ଯୋଗାଇଦେବା ସହିତ ବଜାର ଚାହିଦା ପୂରଣ କରିବା, ଗ୍ରାମାଞ୍ଚଳ ବ୍ୟବସାୟକୁ ସମର୍ଥନ କରିବା ଏବଂ ଏହି ନୂଆ ବ୍ୟବସାୟ ମାଲିକମାନଙ୍କର କୁଶଳତା ଓ ବିଦ୍ୱତାରେ ଉନ୍ନତି ଆଣିବା ନିମନ୍ତେ ଏକ ଗ୍ରମାଞ୍ଚଳ ବିଜନେସ୍ ଇନକ୍ୟୁବେସନ ସେଣ୍ଟର ସ୍ଥାପନ କରାଯାଇଛି । ଏହା ମଧ୍ୟ ଜୀବିକା ଉପାର୍ଜନ କ୍ଲଷ୍ଟର ସୃଷ୍ଟି କରୁଛି ।

ଉଦ୍ୟମୀ ସେଣ୍ଟର ବ୍ୟବସାୟ ସସ୍ଥା ସ୍ଥାପନ, ସେଥି ନିମନ୍ତେ ଯୋଜନା ପ୍ରସ୍ତୁତି, ତାହାର ରୂପାୟନ, ବିପଣନ, ଆନୁଷ୍ଠାନିକ ଅର୍ଥଲଗାଣକାରୀ ସଂସ୍ଥା ଏବଂ ସଚ୍ଚୋଟ ନିବେଶକମାନଙ୍କ ଠାରୁ ସୁରକ୍ଷିତ ପାଣ୍ଠି ଯୋଗାଡ ସହିତ ସମ୍ଭାବନାପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଓ ରିଆତି ସହିତ ସେମାନଙ୍କୁ ସଂଯୁକ୍ତ କରିବା ଭଳି ପୂର୍ଣ୍ଣାଙ୍ଗ ସେବା ଯୋଗାଇ ଦେଉଛି । ଏକ ବର୍ଷ ବ୍ୟାପୀ ପ୍ରକଳ୍ପ କାର୍ଯ୍ୟକାରିତା ଅବସରରେ ଟିମ୍ ସଫଳତାର ସହିତ ଛଅ ଉଦ୍ୟୋଗୀ ମିତ୍ର(କମ୍ୟୁନିଟି ଯତ୍ନ)ଙ୍କୁ ତାଲିମ ପ୍ରଦାନ କରିଛି । ଏହି ବ୍ୟକ୍ତିବିଶେଷମାନେ ତୃଣମୂଳ ସ୍ତରରେ ଶିଳ୍ପ ବିକାଶ ଅଧିକାରୀ
ଭାବରେ ବ୍ୟବସାୟ ବିକାଶ ସେବା ଯୋଗାଇ ଦେଉଛନ୍ତି ।
ଆଜି ପର୍ଯ୍ୟନ୍ତ, ୧୫୧୯ ଜଣଙ୍କୁ ବ୍ୟବସାୟ ମ୍ୟାପିଂ ପରାମର୍ଶ ଦିଆଯାଇଛି, ୧୧୧ ମୂଲ୍ୟାଙ୍କନ ଏବଂ ବ୍ୟବସାୟିକ ଯୋଜନାକୁ ସ୍ୱୀକୃତି ପ୍ରଦାନ କରାଯାଇଛି ଏବଂ ୮୫ଟି ବ୍ୟବସାୟ ସଂସ୍ଥା ବାସ୍ତବ ପକ୍ଷେ କାର୍ଯ୍ୟ ଆରମ୍ଭ କରିଛି । ସମ୍ମିଶ୍ରଣର ଅଂଶ ସ୍ୱରୂପ ମୋଟ ୧୨୪.୮୬ ଲକ୍ଷ ଟଙ୍କାର ୧୮ଟି ପିଏମ୍ଇଜିପି/ଏମ୍ଏସଏମ୍ଇ ଋଣ ଲୋଡାଯାଇଥିଲା । ରାୟଗଡା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର(ଆରଆଇସି) ମୋଟ ୧୦୪.୮୬ ଲକ୍ଷ ଟଙ୍କାର ୧୭ଟି ପିଏମ୍ଇଜିପି/ଏମ୍ଏସଏମ୍ଇ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୨୦.୭୫ ଲକ୍ଷ ଟଙ୍କାର ତିନିଟି ଋଣକୁ ଅନୁମୋଦନ କରାଯାଇ ଆରଆଇସି ପରାମର୍ଶକ୍ରମେ ବ୍ୟବସାୟ ସଂସ୍ଥାର ମାଲିକମାନଙ୍କୁ ପ୍ରଦାନ କରାଯାଇଛି ।
ବ୍ୟବସାୟ ସ୍ଥାପନ ନିମନ୍ତେ ୟୁଏଆଇଏଲ୍ ୨୦.୯୪ ଲକ୍ଷ ଟଙ୍କା ସିଡ୍ ଫଣ୍ଡ୍ କ୍ୟାପିଟାଲ(ଉଦ୍ୟୋଗ ପ୍ରୋତ୍ସାହନ ଅନୁଦାନ) ଯୋଗାଇ ଦେଇଛି, ଏଥି ସହିତ ୮୫ ଉଦ୍ୟୋଗୀ ପ୍ରତ୍ୟେକ ୫୫.୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମାସିକ ଆୟ ନିରୀକ୍ଷଣକାରୀ ତଥ୍ୟ ଅନୁଯାୟୀ ବ୍ୟବସାୟର ପ୍ରକାର ଉପରେ ନିର୍ଭର କରି ଉଦ୍ୟୋଗୀମାନେ ୫୦୦୦ ଟଙ୍କାରୁ ୭୦୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଉପାର୍ଜନ କରିବା ଆରମ୍ଭ କରିଛନ୍ତି । ତେବେ ୮୫ ଉଦ୍ୟୋଗୀ ମାସିକ ହାରାହାରି ୧୦୧୯୨.୨୬ ଟଙ୍କା ଆୟ କରୁଥିବା ଶ୍ରୀ ବେଗ୍ କହିଛନ୍ତି ।
ଶ୍ରୀ ବିକାଶ ଚନ୍ଦ୍ର ବେନ୍, ଜିଏମ୍, ଆରଆଇସି(ଆଞ୍ଚଳିକ ଶିଳ୍ପ କେନ୍ଦ୍ର), ରାୟଗଡା, ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରୋଜେକ୍ଟ ଉଦ୍ୟମୀ କାର୍ଯ୍ୟକାରୀ କରିବା ଏବଂ ଉକ୍ତ ଅଞ୍ଚଳର ଅଭ୍ୟୁଦୟଶୀଳ ଔଦ୍ୟୋଗିକ କ୍ଷେତ୍ର ନିମନ୍ତେ ପରିବର୍ତ୍ତନର ବାହକ ହେବା ସକାଶେ ପ୍ରଥମ ପିଢିର ବ୍ୟବସାୟୀ ଜନସାଧାରଣଙ୍କୁ ତାଲିମ ପ୍ରଦାନ ଦିଗରେ ଉତ୍କଳ
ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ । ଋଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ଆମେ ପ୍ରୋଜେକ୍ଟ ଉଦ୍ୟମୀକୁ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ବିଭାଗର ଏକ ସମ୍ପ୍ରସାରଣ ଭାବେ ବିବେଚନା କରୁଛୁ ।
ଡଃ. ସୁବ୍ରତ ବିଶ୍ୱାଳ, ଏଣ୍ଟରପ୍ରିନ୍ୟୋରସିପ୍ ଡେଭଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଇଡିଆଇଆଇ)ର ଆଞ୍ଚଳିକ ମୁଖ୍ୟ ୟୁଏଆଇଏଲ୍କୁ ତାହାର ସିଆର୍ ଓ ସଷ୍ଟେନେବିଲିଟି ବିଭାଗ ଅଧୀନରେ ଏଭଳି ସୃଜନଶୀଳ ଚିନ୍ତାଧାରା ଆଣିଥିବାରୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହି ପ୍ରକଳ୍ପ କେବଳ ବ୍ୟବସାୟକୁ ସମର୍ଥନ କରିବ ନାହିଁ, ତାହା ସହିତ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମୋଟାମୋଟି ଭାବରେ ସହାୟତା କରିବ ।
ଏକ ଦାୟିତ୍ୱ ସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନିୟମ ଇଣ୍ଟରନ୍ୟାସ୍ନାଲ ଲିମିଟେଡ ଆଦିବାସୀବହୁଳ ଅଭ୍ୟନ୍ତର ଅଞ୍ଚଳରେ ସାମାଜିକ-ଅର୍ଥନୈତିକ କଲାଣ ଏବଂ ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣିବା ଦିଗରେ ପ୍ରତିବଦ୍ଧ ରହିଛି । ୟୁଏଆଇଏଲ୍ ବିଭିନ୍ନ ସିଏସ୍ଆର, ସିଆର୍ ଏବଂ ସଷ୍ଟେନେବିଲିଟି ପ୍ରୟାସମୂହ ଜରିଅରେ ଓଡ଼ିଶାର ୨୫ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମରେ ଆମ ଜନସମୁଦାୟର ମାନବ ବିକାଶସୂଚୀରେ ଉନ୍ନତି ଆଣିବାକୁ ନିରଳସ
ଭାବରେ କାର୍ଯ୍ୟ କରୁଛି । ୟୁଏଆଇଏଲ୍ ଏହାର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡିକର ସମାଧାନ ଆଦି ପାଞ୍ଚଟି କ୍ଷେତ୍ରରେ ନିଜର ପ୍ରୟାସ ଜରିଆରେ ୨,୦୧,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍ର ଅନନ୍ୟ ବହୁଧା-ସହଭାଗୀ-ଭିତ୍ତିକ ପ୍ରୟାସ ସମୂହ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ମୁତାବକ ହୋଇଛି ।
