ରକେଟ୍‌ ବାଣ ଫୁଟି ଜଳିଗଲା ଯୁବକଙ୍କ ମୁହଁ

ସୋର : ବାଣ ଫୁଟି ଜଣେ ଯୁବକଙ୍କ ମୁହଁ ଜଳିଯାଇଛି । ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି । ଶୋଭାଯାତ୍ରାରେ ଉକ୍ତ ଗାଁର ଯୁବକ ସେକ ସକରାଉଦ୍ଦୀନ ରକେଟ ବାଣ ଫୁଟାଉଥିବା ବେଳେ ବାଣଟି ମୁହଁରେ ଫୁଟିବାରୁ ସେ ଗୁରୁତର ହୋଇପଡିଥିଲା । ଫଳରେ ଯୁବକଙ୍କ ମୁହଁ ଜଳିଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯଇଛି ।

Leave a Reply

Your email address will not be published. Required fields are marked *