ବେଆଇନ ଗୁଟଖା ତିଆରି କାରଖାନା ଉପରେ ଚଢ଼ଉ ; ଚାରି ଲକ୍ଷ ଟଙ୍କାର ଗୁଟଖା ଜବତ, ୨ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମର ଓଡ଼ିଆରପି କଲୋନୀରେ ଥିବା ଏକ ଘରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବା ଖବରପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଅଚାନକ ଚଢ଼ାଉ କରି ବହୁ ପରିମାଣର ଗୁଟଖା ପ୍ୟାକେଟ ସହ କଞ୍ଚାମାଲ, ଜରି ୫ଟି ରୋଲ, ପ୍ୟାକିଂ ମେସିନ୍, ଧୂଆଁପତ୍ର, ଗୁଆ, ଅଖା ସିଲେଇ ମେସିନ୍ ଇତ୍ୟାଦି ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହା ସହ ଗୁଟୁଖା ପ୍ରସ୍ତୁତରେ ସାମିଲ ଥିବା ୨ ଜଣଙ୍କୁ ମଧ୍ୟ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଶ୍ରୀକାନ୍ତ ଦାସ, ସୁରଳ ମହାରଣା ସାହିର ସନ୍ତୋଷ ମହାରଣା । ତଦନ୍ତ ବେଳେ ଜଣାପଡିଛି ଯେ, ଅଭିଯୁକ୍ତମାନେ ପୂର୍ବରୁ ବ୍ରହ୍ମପୁରର ଏକ ମସଲା କମ୍ପାନୀ ଅଧୀନରେ କାମ କରୁଥିଲେ । ଗତ ୬ ମାସ ପୂର୍ବେ ସେମାନେ ଚାକିରି ଛାଡି ପୁରୁଣା ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର କିଣିବା ସହ ଗୁଟୁଖା ପ୍ରସ୍ତୁତ ନିମନ୍ତେ ବ୍ରହ୍ମପୁରରୁ କଞ୍ଚାମାଲ ସଂଗ୍ରହ କରିଥିଲେ ଏବଂ ବେଆଇନ୍ ଭାବେ ଗୋକୁଲ୍ ବ୍ରାଣ୍ଡ ଡିଲକ୍ସ ମିକ୍ସ ଜର୍ଦ୍ଦା ଗୁଟଖା ଉତ୍ପାଦନ କରୁଥିଲେ ଓ ନିକଟସ୍ଥ ଗ୍ରାମଗୁଡିକ ସହ ନିଜ ଗ୍ରାମ ବଜାରରେ ଏହାକୁ ବ୍ୟବହାର ପାଇଁ ବିକ୍ରି କରୁଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *