ବାଲିଆପାଳ : ସୁବର୍ଣ୍ଣରେଖା ବନ୍ଦର ଜମି ଅଧିଗ୍ରହଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ରଣଜିତ ପ୍ରତିଆରୀଙ୍କ ଅକାଳ ବିୟୋଗରେ ବାଲିଆପାଳ ଶିକ୍ଷିତ ବେକାରୀ ସଂଘ ପକ୍ଷରୁ ଶୋକ ସଭା ଅନୁଷ୍ଠିତ । ଏହି ଅବସରରେ ଯୁବ ସମାଜସେବୀ ତଥା ବାଲିଆପାଳ ଶିକ୍ଷିତ ବେକାରୀ ସଂଘର ଆବାହକ ରିଙ୍କୁ ରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ କିରଣ କୁମାର ଜେନା, ମିଲନ କୁମାର ମହାନ୍ତି, ସୁଶୀଲ କୁମାର ଜେନା, ମନୋରଞ୍ଜନ ବେହେରା, ଅଜିତ ପଟ୍ଟନାୟକ, ସତ୍ୟ ସୁନ୍ଦର ରଣଜିତ, ସଂଗ୍ରାମ ନାଥ, ପ୍ରଦୀପ ଜେନା, ଲିଙ୍କନ ପାତ୍ର, ଶୁଭେନ୍ଦୁ ଗିରି, ବାପି ଦାସ ପ୍ରମୁଖ ଉପସ୍ଥିତ ଥିଲେ l
