ଭୁବନେଶ୍ୱର : ଆଜିଠୁ ଏଲପିଜି ସିଲିଣ୍ଡର ହୋମ ଡେଲିଭରି ପାଇଁ ଦରକାର ହେବ ଓଟିପି । ଏଲପିଜି ସିଲିଣ୍ଡର ବୁକିଂ କରିବା ସମୟରେ ଗ୍ରାହକମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଯାହାକୁ ଉପଭୋକ୍ତାମାନେ ଏଲପିଜି ସିଲିଣ୍ଡର ଗ୍ରହଣ କରିବା ସମୟରେ ଦେଖାଇବାକୁ ହେବ । କମ୍ପାନୀ ପକ୍ଷରୁ ସିଲିଣ୍ଡରଗୁଡିକ ଉପଭୋକ୍ତାଙ୍କୁ ହସ୍ତାନ୍ତର ସମୟରେ ଓଟିପି ଯାଞ୍ଚ କରାଯିବ ଏବଂ ପରେ ଏଲପିଜି ସିଲିଣ୍ଡର ହସ୍ତାନର କରାଯିବ ।
