ଭୁବନେଶ୍ୱର : ଆଜି ଠାରୁ ଦେଶରେ ପ୍ରଚଳିତ ହେବ ଡିଜିଟାଲ କରେନ୍ସି । ଦେଶରେ ଡିଜିଟାଲ କରେନ୍ସିର ପ୍ରଚଳନ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ଆଜିଠୁ ଭାରତରେ ଡିଜିଟାଲ କରେନ୍ସି `ଇ-ରୂପୀ’ର ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଡିଜିଟାଲ କରେନ୍ସିକୁ ହୋଲସେଲ ଜରିଆରେ ପ୍ରଚଳନ କରାଯିବ ।
ପରୀକ୍ଷା ମୂଳକ ଭାବେ ସୀମିତ ଭାବେ ଏହା କିଛି କ୍ଷେତ୍ରରେ ବ୍ୟବହାର କରାଯିବ । ଏହି ପାଇଲଟ ପ୍ରକଳ୍ପରେ ଦେଶର ପ୍ରମୁଖ ୯ ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ଏହି ବ୍ୟାଙ୍କଗୁଡିକ ହେଲେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ୟୂପିୟନ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା, ଆଇଡିଏଫସି, ୟେସ ବ୍ୟାଙ୍କ ଏବଂ ଏଚଏଫସି ବ୍ୟାଙ୍କ ।
ସେହିଭଳି ଆଗକୁ ମଧ୍ୟ ଏହି ପାଇଲଟ ପ୍ରୋଜେକ୍ଟର ପରିସର ବୃଦ୍ଧି କରାଯାଇ ଅନ୍ତର୍ଜାତୀୟ କାରବାର ଏବଂ ହୋଲସେଲ କାରବାର ପାଇଁ ବ୍ୟବହାର କରାଯିବ । ଦେଶରେ ଡିଜିଟାଲ ବ୍ୟାଙ୍କର ପ୍ରଚଳନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବଜେଟ ଅଧିବେଶନ ବେଳେ ଘୋଷଣା କରିଥିଲେ ।
