୪୦ ପଇସା କମିଲା ତୈଳ ଦର

ଭୁବନେଶ୍ୱର : ୪୦ ପଇସା କମିଲା ତୈଳ ରେଟ୍ । ଆଜିଠୁ ଲାଗୁ ହେଲା ନୂଆ ଦର । ଚଳିତ ବର୍ଷ ଏପ୍ରିଲ ୭ ରୁ ଅକ୍ଟୋବର ୩୧ ଯାଏ ତୈଲଦର ଅପରିବର୍ତ୍ତିତ ରହିଥିଲା । ତେବେ ପୁଣିଥରେ ତୈଳଦର ୪୦ ପଇସା କମିଥିବା ବେଳେ, ସୋମବାର ମଧ୍ୟରାତ୍ରୀରୁ ଦେଶରେ ନୂଆ ଦର ଲାଗୁ ହୋଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହେଉଥିବାବେଳେ, ତୈଳ ବଜାରରେ ବିକ୍ରି ପରିମାଣ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଏହାର ପ୍ରଭାବରେ ଦେଶରେ ତୈଳ ଦର ହ୍ରାସ ପାଇଥିବା ବେଳେ, ସୋମବାର ମଧ୍ୟରାତ୍ରୀରୁ ଦେଶରେ ନୂଆ ତୈଳଦର ଲାଗୁ ହୋଇଛି । ଏହା ଦ୍ବାରା ଗାଡିଚାଳକମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି ।

Leave a Reply

Your email address will not be published. Required fields are marked *