ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ମନ୍ଦିରର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର । ଶ୍ରୀମନ୍ଦିର ରତ୍ନବେଦୀ ପଛ ପାର୍ଶ୍ବରୁ ଚୁନ ଖସିବାର କେଇଦିନ ଯାଇଛି କି ନାହିଁ, ପୁଣି ଥରେ ଶ୍ରୀମନ୍ଦିରରୁ ପଥର ଖସିଛି । ଏହି ଘଟଣାଟି ଦୀପାବଳୀର ପୂର୍ବ ଦିନ ଘଟିଛି । ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ମାଜଣା ମଣ୍ଡପ ସମ୍ମୁଖ ନାଟମଣ୍ଡପ ଉପରୁ ଏହି ଦୁଇ କେଜି ଓଜନର ପଥର ଖସିଥିବା କହିଛି ଏଏସଆଇ ।

ତେବେ ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରିଛି ଏଏସଆଇ । ପଥରଟିକୁ ଆଣି ଅନୁଧ୍ୟାନ କରାଯାଉଛି । ଆଜି ସେହି ସ୍ଥାନର ଅନୁଧ୍ୟାନ କରାଯିବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଶ୍ରୀ ମନ୍ଦିରରୁ ପଥର ଖସିବା ଫଳ‌ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ଠିଆ କରିଛି ।

Leave a Reply

Your email address will not be published. Required fields are marked *