ଭୁବନେଶ୍ୱର : ସାରା ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ହେଉଛି ଉତ୍କଟ । ସାରା ରାଜ୍ୟରେ ବଢୁଛି କୃଷକ ଅଶାନ୍ତି ଓ ଚାଷୀ ଆନ୍ଦୋଳନ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀ ଆକ୍ରୋଶକୁ ଶାନ୍ତ କରିବା ବଡ଼ ଆହ୍ୱାନ । ବହୁ ଆଡମ୍ବରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କୃଷକଙ୍କ ପାଇଁ ସଫଳ ଯୋଜନା । ସଫଳ(SIMLIFIED APPLICATION FOR AGRICULTURAL LOANS) କୃଷି ଋଣକୁ ନେଇ ସାରା ରାଜ୍ୟରେ ଅଶାନ୍ତି ଓ ବିରୋଧ । କୃଷି ଋଣ ଘୋଟାଲାରେ ଅଧେ ଓଡ଼ିଶାରେ ଚାଷୀଙ୍କ ପ୍ରତିବାଦ ।
୧୯ ପୂର୍ବରୁ ସରକାରଙ୍କ `କାଳିଆ’ ହୋଇଥିଲା ସହାୟକ । ସଫଳ ମାଧ୍ୟମରେ ସରକାର ଚାଷୀ ତାଲିକାକୁ ଗୋଟିଏ ପୋର୍ଟାଲରେ ରଖିବେ । ୪୦ ବ୍ୟାଙ୍କରେ ୪ ଶହ ପ୍ରକାର କୃଷି ଋଣ । କୃଷକ ଓ କୃଷି ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ଓ ଋଣ ଦେଲା ବେଳେ ସରକାରୀ ଭାବେ ପଞ୍ଜିକୃତ ଚାଷୀଙ୍କ ବିବରଣୀ ହେବ ଉପଲବ୍ଧ । କମ ସମୟ ମଧ୍ୟରେ ବ୍ୟାଙ୍କମାନେ ଋଣ ଦେଇପାରିବେ । ଋଣ କିଏ ନେଲା କେଉଁ ବ୍ୟାଙ୍କ ଦେଲା, ସରକାର ମଧ୍ୟ ରଖିପାରିବେ ରିୟଲ ଟାଇମ୍ ତଥ୍ୟ ।
ମାତ୍ର ଯୋଜନା ଭିତରେ ଅଛି କେଁ । ମୋଦି ସରକାରଙ୍କ ଯୋଜନାରେ କୃଷକଙ୍କ ଲାଭକୁ ଓଡ଼ିଶା ସରକାର କେମିତି ନେଇପାରିବେ କ୍ରେଡିଟ । ଭାରତ ସରକାରଙ୍କ କୃଷକ ହିତୈଷୀ ନୀତିକୁ କେମିତି କରିହେବ ନିଜ ନାଁରେ । ସତ ଚାଷୀ ବଦଳରେ ଦଳୀୟ ଆଧାରରେ କେମିତି ଦିଆଯାଇପାରିବ କୃଷି ଋଣ । ସଫଳ ମାଧ୍ୟମରେ ରାଜ୍ୟ ସରକାର କରିଛନ୍ତି କି ଷଡଯନ୍ତ୍ର । ରାଷ୍ଟ୍ରାୟତ୍ତ ବେସରକାରୀ ଓ ସମବାୟ ସବୁ ବ୍ୟାଙ୍କରେ କୃଷକଙ୍କୁ କମ ସୁଧ ହାରରେ ଋଣ ଯୋଗାଇବାର କେନ୍ଦ୍ର ସରକାର କରିଛନ୍ତି ବ୍ୟବସ୍ଥା । ବ୍ୟାଙ୍କମାନେ ମୋଟ ଋଣର ୧୮ ପ୍ରତିଶତ କୃଷକଙ୍କୁ ଦେବାକୁ ଭାରତ ସରକାର କରିଛନ୍ତି ନିୟମ ।
ଏହି ୧୮ ପ୍ରତିଶତ ଭିତରୁ ୮ ପ୍ରତିଶତ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀଙ୍କୁ ଯୋଗାଇ ଦେବାର ହୋଇଛି ବ୍ୟବସ୍ଥା । କୃଷକଙ୍କୁ ବାର୍ଷିକ ୭ ପ୍ରତିଶତ ସୁଧ ହାରରେ ଋଣ ଦେବାକୁ କେନ୍ଦ୍ର ସରକାରଙ୍କୁ ବହନ କରିବାକୁ ବ୍ୟାଙ୍କମାନଙ୍କୁ ଦେବାକୁ ପଡୁଛି ଆର୍ଥିକ ସହାୟତା । ସଫଳ ଯୋଜନା ଓଡ଼ିଶାର, ମାତ୍ର ଋଣରେ ସବସିଡି ଭାରତ ସରକାରଙ୍କର
୧୯ ନିର୍ବାଚନ ପୂର୍ବରୁ ପିଏମ୍ କିଷାନ ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାର କରିଥିଲେ କାଳିଆ ଯୋଜନା । କାଳିଆରେ ୫ ହଜାର ଲେଖାଁଏ ବର୍ଷକୁ ୨ ଥରରେ ୧୦ ହଜାରର ପ୍ରତିଶ୍ରୁତି ଦେଲେ । ମାତ୍ର ପିଏମ୍ କିଷାନରେ କିସ୍ତିରେ ୩ ହଜାର ମିଳିବା ପରେ କାଳିଆରେ ମିଳିଲା ମାତ୍ର ୨ ହଜାର ମାତ୍ର ଚାଷୀଙ୍କ ଖାତାକୁ ଯାଉଥିବା ସବୁ ଟଙ୍କା ଓଡ଼ିଶା ଯୋଜନା କହି ପ୍ରଚାର କରାଗଲା ।
ସଫଳ ସବୁଠାରୁ ବଡ଼ ବିବାଦ କୃଷି ତାଲିକା ନେଇ ସଫଳ ଯୋଜନାରେ ରହିବ ଓଡ଼ିଶାରେ ଥିବା ଚାଷୀ ତାଲିକା । ପିଏମ୍ କିଷାନରେ ରାଜ୍ୟ ଦେଇଥିବା ତାଲିକାକୁ କେନ୍ଦ୍ର କରିଛି ଯାଞ୍ଚ । ତେଣୁ ପିଏମ୍ କିଷାନରେ ଓଡ଼ିଶାର ଚାଷୀ ତାଲିକା ୪୦ ଲକ୍ଷରେ ସୀମିତ । କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରିବାକୁ ସଫଳ ହେବ, ନା ସତ ମୁଖା ଖୋଲିଯିବ ସମୟ କହିବ ।
