ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ, ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଜବତ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କ ଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି ।

ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲାବେଳେ ବନକର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ବାଇଗ ହୋକୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ । ବାଇଗକୁ ବୁଧୁବାର ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପଚର ଉଚରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବର୍ଦ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଛି ।

Leave a Reply

Your email address will not be published. Required fields are marked *