ଵଣାଇ : ଵଣାଇ ଉପଖଣ୍ଡ ଲହୁଣୀ ପଡା ଥାନା ଅନ୍ତର୍ଗତ କୁର୍ଡା ପଞ୍ଚାୟତର ଜଲଡ଼ିହି ଗ୍ରାମ ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁର ଶବ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ ଆଜି ସକାଳେ ଜଳଡିହି କେନାଲ ରାସ୍ତା କଡରେ ଯିବା ଆସିବା କରିବା ସମୟରେ ଏକ ପୋତା ଯାଇଥିବା ଶିଶୁକୁ ଦେଖିବାକୁ ପାଇଥିଵା ବେଳେ, ଶିଶୁର ହାତ ଓ ପାପୁଲି ବାହାରକୁ ଦେଖାଯାଉଥିଲ । ଏହା ଦେଖି ଲୋକେ ପୋଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ, ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ମାଟି ତଳୁ ପୋତାଯାଇଥିବା ଶିଶୁର ଶବକୁ ଉଧାର କରି ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେହି ଅବାଞ୍ଛିତ ମାତୃତ୍ଵ ଲାଭ କରି ଲୋକ ଲଜ୍ୟା ଭୟରେ ଏହି କାଣ୍ଡ କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
