ଅବ୍ୟବସ୍ଥାରେ ଚାଲିଛି ତୁଡ଼ିଗଡ଼ିଆ ଉପଡାକଘର, ଭଡ଼ାଘରେ ଚାଲିଛି ଡାକ ସେବା

ତୁଡ଼ିଗଡ଼ିଆ : ଅଵ୍ୟଵସ୍ଥାରେ ଚାଲିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନରେ ଥିବା ତୁଡ଼ିଗଡ଼ିଆ ଉପଡାକଘର । ବିଭିନ୍ନ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳର ଗ୍ରାହକ । ତୁଡିଗଡ଼ିଆ ଉପଡାକଘର ଉପରେ ୧୨ଟି ଗ୍ରାମ୍ୟ ଡାକଘର ସମେତ ଅଞ୍ଚଳର ଜନସାଧାରଣମାନେ ନିର୍ଭର କରିଥାନ୍ତି । ହେଲେ ଏଠାରେ ସ୍ଥାୟୀ ଡାକଘର ନଥିବାରୁ ଦୀର୍ଘ ବର୍ଷ ଧରି ଭଡ଼ାଘରେ ଚାଲିଆସୁଛି । ହେଲେ ଏହି ଭଡ଼ାଘରଟି ବହୁତ ଛୋଟ ହୋଇଥିବା ବେଳେ ଏହା ଭାଙ୍ଗିରୁଜି ଗଲାଣି । ଏହି ଘରର ଛାତରେ ପାଣି ଗଳିବା ସହିତ ଛାତ ଫାଟି ଅତଡ଼ା ଖସୁଛି ।

ଏହି ଡାକଘରେ ଅନେକ ସମୟରେ ନେଟ ସମସ୍ୟା ରହୁଥିବାରୁ ଗୋଟିଏ କାମ ଗ୍ରାହକଙ୍କୁ ବାରମ୍ବାର ଆସିବାକୁ ପଡ଼ୁଛି । ଡାକଘରଟି ବହୁତ ଛୋଟ ହୋଇଥିବାବେଳେ, ଏଠାରେ କାର୍ଯ୍ୟ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ତୁରନ୍ତ ଏଠାରେ ଏକ ସ୍ଥାୟୀ ଡାକଘର ନିର୍ମାଣ କରିବା ସହିତ ନେଟ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *