କଟକ : କଟକ ଏସସିବି ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ପୁଣି ଦାଦାଗିରି । ଜଣେ ବ୍ୟକ୍ତି ନିଜ ଛୋଟ ଛୁଆକୁ ଦେହ ଖରାପ ଯୋଗୁଁ ଏସସିବି ମେଡିକାଲକୁ ନେଇ ଆସୁଥିବା ବେଳେ ପ୍ରବେଶ ପଥରେ ସେକ୍ୟୁରିଟି ଗାର୍ଡ ଜଣକ ତାଙ୍କୁ ଅଟକାଇବା ସହ ତାଙ୍କ ଗାଡିର ଚାବି ଛଡେଇ ନେଇଥିଲେ ।
ଏହି ଘଟଣାକୁ ନେଇ ସୁବାଷ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଆଜି ସୁବାଷ ସଂଗଠନର କର୍ମକର୍ତ୍ତା ଏସସିବି ଫାଣ୍ଡିରେ ପହଞ୍ଚି ପୋଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇବା ସହ ଫାଣ୍ଡି ଅଧିକାରୀଙ୍କୁ ଚୁଡ଼ି ପିନ୍ଧିବାକୁ କହିଥିଲେ । ଗତ ୨ ଦିନ ତଳେ ଜଣେ ସେକ୍ୟୁରିଟି ଗାର୍ଡ ଏସସିବି ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭରକୁ ହାତ ଉଠାଇଥିଲେ । ପୋଲିସର ଉପସ୍ଥିତିରେ କିଭଳି ସିକ୍ୟୁରିଟି ଗାର୍ଡ ହାତ ଉଠେଇ ପାରିଲେ ସେ ନେଇ ମଧ୍ୟ ପ୍ରଶ୍ନ କରିଛି ସଂଗଠନ ।
