ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପିର ଜୟନାରାୟଣ ମହାନ୍ତି ଓ କଂଗ୍ରେସର ସୁଦର୍ଶନ ଦାସ ଦଳର ପ୍ରାର୍ଥୀ ହେବା ପରଠୁଁ ଦଳ ଭିତରେ ଯେଉଁ ବିଦ୍ରୋହର ଝଡ଼ ଦେଖା ଦେଇଛି ତାହା ଉଭୟ ଦୁଇ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ଜଳେଶ୍ୱରର ରାଜନୀତିଜ୍ଞ ମାନେ ମତରଖୁଥିଲା ବେଳେ ପୁଣି ବିଜେଡି ଦଳରେ ବିଦ୍ରୋହ ସାମ୍ନାକୁ ଆସିଛି। ଜଳେଶ୍ୱର ବିଧାନସଭା ପାଇଁ ବିଜେପି ଓ କଂଗ୍ରେସ ସପ୍ତାହେ ପୂର୍ବରୁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ଚୟନ ପାଇଁ ଦ୍ୱନ୍ଦରେ ପଡିଛି ।
ଆଜି ବିଜେଡିର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ପୁନର୍ବାର ଜଳେଶ୍ୱରରେ ପ୍ରାର୍ଥୀ କରାନଯିବା ପାଇଁ ପୁରା ଜଳେଶ୍ୱର ବିଜେଡି ଏକ ହୋଇ ନବୀନ ନିବାସ ଆଗରେ ଅଶ୍ୱିନୀ ହଟାଅର ନାରା ଦେଇଛନ୍ତି। ଅଶ୍ୱିନୀ ପାତ୍ର ଜଣେ ସୁବିଧାବାଦୀ ମଣିଷ , ସେ ଉପରକୁ ଦେଖିବା ପାଇଁ ସରଳ । ମାତ୍ର ଅଶ୍ୱିନୀ ଭିତରେ ଭିତରେ ବିଭିନ୍ନ ସରକାରୀ ଅଫିସ ଓ ଛୋଟ ବଡ଼ ଠିକାଦାରଙ୍କ ଠାରୁ ଅର୍ଥ ( ପିସି ) ଆଦାୟ କରି ଦଳ କୁ ଖୁଳ କରି କଳଙ୍କ କରିବସିବା କଥା ଆମେ କହୁନୁ ଖୋଦ ଦଳର ଆଗଧାଡ଼ିର ନେତା ଓ କର୍ମୀ କହିଛନ୍ତି। ଯଦି ଅଶ୍ୱିନୀ ପାତ୍ରଙ୍କୁ ଦଳ ଟିକେଟ ଦିଏ ତାହାଲେ ଜଳେଶ୍ୱରର ବିଜେଡି ସମର୍ଥକ ଓ ଅଶ୍ବିନୀ ସମର୍ଥକଙ୍କ ମଧ୍ୟରେ ମହାଭାରତ ସୃଷ୍ଟି ହେବ । ଆଜିଏହି ଅଶ୍ବିନୀ ବିରୋଧ ଅଭିଯାନରେ ଜଳେଶ୍ୱର ବିଜେଡିର କନିସ୍କ ବୁଦ୍ଧିସତ୍ବ ଦାସ, ଶ୍ରିକଣ୍ଠ ମହାନ୍ତି, ମଧୁ ଦତ୍ତ, ବ୍ଲକ ସଭାପତି ସୁଧୀର ପାତ୍ର , ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ନଗର ସଭାପତି ପ୍ରବୀର ପ୍ରଧାନ, ସାଂସଦ ପ୍ରତିନିଧି ଗୋବିନ୍ଦ ସାହୁ ବାରିଷ୍ଟ ନେତା ବାଣୀ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଅଶ୍ୱିନୀ ହଟାଅ ବିଜେଡି ବଞ୍ଚାଅକୁ ନେଇ ନବୀନ ନିବାସ ଆଗରେ ଅଳିବସିଥିଲେ ା
