ଐତିହାସିକ ପୀଠ ପ୍ରତି ଅବହେଳା, ମନ୍ଦିର ଉପରେ ମାଡୁଛି ଗଛ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ବହୁ ପ୍ରାଚୀନ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ । ୨ କିମି ପରଧି ମଧ୍ୟରେ ରହିଥିବା ମନ୍ଦିର ମାଳିନୀ ଏହି ପୀଠର ରକ୍ଷଣାବେକ୍ଷଣ ପ୍ରତି ଅବହେଳା ଯୋଗୁଁ ଏହି ପୀଠର ସୁରକ୍ଷା ନେଇ ପ୍ରଶ୍ନବାଚୀ ସ୍ୱଷ୍ଟି ହେଉଛି ।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧିନରେ ଥିବା ଏହି ପୀଠ ପ୍ରତି ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ମନ୍ଦିର ଉପରେ ଗଛ ଉଠିଯାଇ ମନ୍ଦିରକୁ କ୍ଷତି ପହଞ୍ଚାଇଲାଣି । ରାଣୀପୁରର ପୋଡା ଇଟାରେ ତିଆରି ପ୍ରସିଦ୍ଧ ଇନ୍ଦ୍ରଲାଟ ମନ୍ଦିର ଉପରେ ଗଛଗୁଡିକ ଉଠିଥିବା ବେଳେ, ଏଥିପ୍ରତି କାହାରି ନିଘା ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ରାଣୀପୁର ଝରିଆଲ ମନ୍ଦିର ପରିସରରେ ଲିଆହାରି ମନ୍ଦିର, ସୋମେଶ୍ୱର ମନ୍ଦିର ସହ ଅନେକ ଛୋଟ ବଡ଼ ମନ୍ଦିରଗୁଡିକରେ ଗଛଗୁଡିକ ହୋଇ ମନ୍ଦିରକୁ କ୍ଷତି ପହଞ୍ଚାଇଛି । ୨୦୧୫ ମସିହାରେ ଚଉଷଠି ଯୋଗିନୀ ମନ୍ଦିରରୁ ମୂର୍ତ୍ତି ଚୋରି କରି ନେଇ ସେଠାରେ ସିମେଣ୍ଟର ଯୁଗଳ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଥିଲା ।

ମନ୍ଦିର ପରିସରରୁ ଲାଇଟ ଚୋରି ମଧ୍ୟ ହେଉଛି । ତଥାପି ମନ୍ଦିର କିମ୍ବା ଐତିହାସିକ କୀର୍ତିରାଜିର ସୁରକ୍ଷା ପ୍ରତି ତତ୍ପରତା ପ୍ରକାଶ ପାଉନାହିଁ । ଐତିହ୍ୟପୂର୍ଣ୍ଣ ମନ୍ଦିରଗୁଡିକରେ ଗଛ ଉଠିଥିଲେ ମଧ୍ୟ କାହାରି ନଜର ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *