ମାଡି ଆସୁଛି କାଳବୈଶାଖୀ କେଉଁ କେଉଁ ଜିଲ୍ଲାରୁ ବର୍ଷିବ

ଭୁବନେଶ୍ୱର : ଆସନ୍ତା ଦୁଇଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ନେଇ ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର. ଭଦ୍ରକ, ଯାଜପୁର, ଓ କେନ୍ଦ୍ରାପଡ଼ାର ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ କାଳବୈଶାଖୀଜନିତ ବର୍ଷା ନେଇ ସତର୍କ ସୂଚନା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି

ସେହିପରି ୨୭ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି ଓ କୋରାପୁଟରେ କାଳବୈଶାଖୀ ବର୍ଷା ହୋଇପାରେ। ୨୮ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀକୁ ଛାଡ଼ି ଦେଲେ ଅନ୍ୟ ସମସ୍ତସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୯କୁ ଛାଡ଼ି ଦେଲେ ୩୦ରେ ପୁଣି ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ରହିଛି। ଆଜି ଓଡ଼ିଶାର ମାଲକାନଗିରିିରେ ସର୍ବାଧିକ ତାପମାତ୍ରା ୪୧.୦ ଡିଗ୍ରି ସେଲସିୟସ୍‌ ଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ୧୬.୬ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଛି।

Leave a Reply

Your email address will not be published. Required fields are marked *