ଯାଜପୁର : ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବିଂଝାରପୁର ଅଂଚଳର ରୋଗୀ ରବିନାରାୟଣ ଜେନା ୧୭ ତାରିଖ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ । ତେବେ ରୋଗୀ ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା । ସେଠାରେ ଗୋଟିଏ ଇଂଜେକସନ ଦେବା ପରେ ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ କହି ବିଦା କରି ଦେଇଥିଲେ । ତେବେ ରୋଗୀ ଘରକୁ ଯିବା ବାଟରେ ହିଁ ଗୁରୁତର ହେବାରୁ ପରିବାର ପକ୍ଷରୁ ପୁଣିଥରେ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣା ମେଡିକାଲ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।
