ଏଥର ଜମିମାଲିକ ବନ୍ଧାହେବେ : ବାଇନଣ୍ଡା ଓ ବାଳଙ୍ଗରେ ପୁଣିଚାଲିଲା ବେଆଇନ କରତ କଳ

ସୋର : ସୋର ତଥା ଆଖପାଖରେ ବେଆଇନ କରତ କଳ ବଢି ବଢି ଚାଲିଥିବା ବେଳେ କାଠ ମାଫିଆଙ୍କ ପାଦୃଭାବ ଉଗ୍ରରୂପ ନେଉଛି । ଯାହାର ସିଧାସଳଖ ପ୍ରଭାବ ପଡୁଛି ଗ୍ରାମାଞ୍ଚଳର କ୍ଷୁଦ୍ର ଜଙ୍ଗଲ ଉପରେ । ଏବଂ କ୍ଷତିଗ୍ରସ୍ତ ହେଉଛି ପରିବେଷ । ଗଛ କାଟିନେବା ହେତୁ ପରିବେଶ ସନ୍ତୁଳନରେ ବ୍ୟାଘାତ ଶୃଷ୍ଟିହେଉଛି । ତେବେ କାଠ ମାଫିଆ ଏବଂ ବେଆଇନ କରତ କଳ ଉପରେ ଅଙ୍କୁସ ଲଗାଇବା ପାଇଁ ଜଙ୍ଗଲ ଆଇନ୍ ରହିଥିଲା ବେଳେ ଆଇନ ଉପଯୁକ୍ତ କାର୍ଯ୍ୟ ବା ଦଣ୍ଡବିଧାନ କରିନପାରିବା ଏହି କାଠ ମାଫିଆ ଏବଂ ବେଆଇନ କରତକଳ ମାଲିକଙ୍କୁ ସୁହାଉଛି ।

ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶହସ୍ରାଧିକ ବେଆଇନ କରତକଳ ରହିଥିଲା ବେଳେ ସେଥିରୁ ବାଦ ପଡିନି ସୋର । ସୋରରେ ୨ରୁ ଅଧିକ ବେଆଇନ କରତ କଳ ରହିଥିଲା ବେଳେ ବାଇନଣ୍ଡା ଏବଂ ବାଳଙ୍ଗ କରତକଳରେ ଅଧିକ କାଠ କଟାଯାଉଥିବା ଯାଣିବାକୁ ମିଳିଛି । ଖାଲି ସେତିକି ନୁହଁ ଏମାନେ ସୋରରୁ ବିଭିନ୍ନ ସ୍ଥାନକୁ କାଠ ଚାଲାଣ କରୁଥିବା ଜଣା ପଡିଛି । ଗତକିଛିଦିନ ତଳେ ବାଳଙ୍ଗ କରତ କଳକୁ କାଠ ନେଇ ଜିବା ବେଳେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏହାର ମାତ୍ର କିଛିଦିନ ପରେ ସୋର ପୁଲିସ ଦ୍ୱାରା ଏକ ଗାଡିସହ କାଠ ଜବଦ କରିଥିଲା ସୋର ପୁଲିସ । ଯାହା ପ୍ରମାଣ କରେ ସୋରରେ ଚୋରାକାଠ ଚାଲାଣ କଉ ମାତ୍ରାରେ ହେଉଛି ! ତେବେ ସୋର ବାଇନଣ୍ଡା ଏବଂ ବାଳଙ୍ଗ କରତ କଳକୁ ଦୁଇଥର ଜିଲ୍ଲା ବନବିଭାଗ କାଟି ନେଇଥିଲା ବେଳେ ସେମାନେ ପୁଣି ସେଇସ୍ଥାନରେ ନୂଆ ମେସିନ୍ ପକାଇ କାଠ କାଟୁଛନ୍ତି । ତେବେ ଜେଉଁ ସ୍ଥାନରୁ କରତକଳ ମାନଙ୍କୁ କଟାଯାଉଛି ବା ସିଜ୍ କରାଯାଉଛି ସେଇ ମାଲିକଙ୍କ ନାମରେ କାହିଁକି ବେଆଇନ କାଠ କାଟୁଥିବାର ମକଦ୍ଦମା କରାଯାଉନାହିଁ , ତେବେ ସ ମିଲ୍ ମାଲିକଙ୍କୁ ନଧିି ବରଂ ସମିଲକରିବାକୁ ଜମିଦେଇଥିବା ବା ଜେଉଁ ଜମିରେ ସମିଲ ଅଛି ସେମାନଙ୍କୁ ଗିରଫ କରାଜିବା ସହ ଅଧିକରୁ ଅଧିକ ଫାଇନ କରାଗଲେ ବେଆଇନ ସମିଲ୍ରେ ରୋକ ଲାଗି ପାରନ୍ତା । ତେବେ ବନବିଭାଗ ସେଭଳି କିଛି ନକରି ଖାଲି ମେସିନ୍ କାଟିଆଣିବା ଏବଂ ଏହାର ମାତ୍ର କିଛିଦିନ ପରେ ସେମାନେ ପୁଣି ବେଆଇନ ସମିଲ ଚଲେଇବା ପଛରେ ବନବିଭାଗର ଭିତିରି ବୁଝାମଣା ବା ଟଙ୍କା ଦେଣ ନେଣ ସାମ୍ନାକୁ ଆସୁଛି । ତେବେ ତୁରନ୍ତ ବେଆଇନ ସମିଲକୁ ସିଜ୍କରିବା ଏବଂ ଜେଉଁ ଜମିରେ ସମିଲ ହୋଇଛି ସେହି ଜମି ମାଲିକଙ୍କୁ ଗିରଫ କରିବାକୁ ପରିବେଶ ବିତ୍ ମାନେ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *