ଦୂର ହେବ କ୍ୟାନସର ରୋଗୀଙ୍କ ଦୀର୍ଘ ଦିନର ଚିନ୍ତା, ରାଜଧାନିବାସୀଙ୍କୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଚିକିତ୍ସା ସୁବିଧା

ଭୁବନେଶ୍ୱର : ଦୂର ହେବ କ୍ୟାନସର ରୋଗୀଙ୍କ ଦୀର୍ଘ ଦିନର ଚିନ୍ତା । ଆସନ୍ତା କାଲି ଠାରୁ ରାଜଧାନିବାସୀଙ୍କୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଚିକିତ୍ସା ସୁବିଧା । ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା ।

ସପ୍ତାହରେ ଗୋଟିଏ ଦିନ ମଙ୍ଗଳବାର ଖୋଲିବ କ୍ୟାନସର ଓପିଡି । ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ସହ ବିଏମସିର ହୋଇଛି ଏମଓୟୁ ସ୍ବାକ୍ଷର । ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ସହ ଉପକୃତ ହେବେ କର୍କଟ ରୋଗୀ । ହାତପାଆନ୍ତାରେ ମିଳିବ କର୍କଟ ରୋଗର ଚିକିତ୍ସା ଓ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

Leave a Reply

Your email address will not be published. Required fields are marked *