ଦୀପାବଳିରେ ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୁଣି ଡରାଇଲାଣି ବର୍ଷା । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟକୁ ଆଉ ଗୋଟିଏ ଲଘୁଚାପ ଆସୁଛି । ଯାହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦଶହରା ଭଳି ଦୀପାବଳିକୁ ବି ଘାରିଲାଣି ବର୍ଷା ଡର । ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରିବା ସହ ୨୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇପାରେ । ଏ ସମ୍ପର୍କରେ ଏବେ ଠାରୁ ଭାରତୀୟ ପାଣିପାଗ ବିଭାଗ ଅଧିକ କିଛି ସ୍ପଷ୍ଟ କରିନାହିଁ ।

ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ତେବେ ରାଜ୍ୟରେ ଏହିପରି ଭାବରେ ଗୋଟିଏ ପରେ ଗୋଟିଏ ଲଘୁଚାପ ହେଉଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି ଭାବରେ ଦୁର୍ଗା ପୂଜା ମଧ୍ୟ ଫିକା ପଡିଥିଲା ।

Leave a Reply

Your email address will not be published. Required fields are marked *