ନୀଳଗିରି ରେଳଷ୍ଟେସନ କାମରେ ଚୋରା ମୋରମ ଚାଲାଣ ଘଟଣା, ପୁଣି ଆସିଲା ଆଉ ଏକ ବେଆଇନ କାମ

ନୀଳଗିରି : ରେଳଷ୍ଟେସନ ନିର୍ମାଣରେ ଚାଲିଥିଲା ବେଆଇନ୍‌ କାମ୍‌ । ଶନିବାର ଦିନ ଘଟଣା ସଂପର୍କରେ ଖବର ପାଇବା ପରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଚୋରା ଚାଲାଣ କରୁଥିବା ଗାଡିକୁ ଜବତ କରିବା ସହ ୮୦ ହଜାର ଟଙ୍କାର ଫାଇନ୍‌ ମଧ୍ୟ ଆଦାୟ ହୋଇଛି ।

ତେବେ ଗୋଟିଏ ଘଟଣା ଥମିବାକୁ ଥିବାବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳ ଷ୍ଟେସନ ନିର୍ମାଣ ଚାଲିଛି । ଏଠାରୁ ବେଆଇନ୍ ଭାବେ ମୋରମ୍‌ ଚାଲାଣ ଚାଲିଥିଲା । ଯାହାକୁ ନେଇ ଆକ୍ସନ ମଧ୍ୟ ନେଇଛି ରାଜସ୍ୱ ବିଭାଗ । ଆଉ ଏବେ ଯେଉଁ ସବୁ ଗାଡି ନିର୍ମାଣ କାର୍ଯ୍ୟ ଲାଗିଥିଲା । ସେହି ସବୁ ଗାଡିରେ ଇନ୍‌ସୁରାନ୍ସ, ପରମିଟ୍‌ ଓ ପଲ୍ୟୁସନର କାଗଜପତ୍ର ନାହିଁ ।  ତେବେ ଯଦି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ହେବ ?

Leave a Reply

Your email address will not be published. Required fields are marked *