ଦାରୁଣ ସାଜିଛି ଦଇବ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

ଔପଦା : ଭଗବାନ କାହା ମୁଣ୍ଡରେ ସୁନା କଳସ ଢାଲୁଛି, ତ ଆଉ କାହା ଉପରେ ଦାରୁଣ ସାଜୁଛି । ଯେ ସ୍ବାମୀ ଚିକିତ୍ସା ନିମନ୍ତେ ସର୍ବସ୍ୱ ହରେଇ ସାରିଲେଣି । ଏ ସୃଷ୍ଟିରେ ଏକି ବିଡମ୍ବନା ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାହାକୁ ଦେଖିଲେ ବୁଝି ହୋଇ ପଡୁଛି । ଏ କେଉଁ ଅପହଞ୍ଚ ଆଦିବାସୀ ଅଧିଶୂତ ଅଞ୍ଚଳର ଦୃଶ୍ୟ ନୁହଁ । ଖୁଦ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ପଞ୍ଚାୟତ କମାରପାଳ ଗ୍ରାମର ବୈକୁଣ୍ଠ ଜେନାଙ୍କ ପରିବାର । ଯେ କି ଦୁର୍ଦ୍ଦିନରେ କାଟୁଛନ୍ତି ଜୀବନ, ରୋଗ ପାଇଁ ମଧ୍ୟ ଔଷଦ ଖାଇବାକୁ ଅର୍ଥ ନାହିଁ । ଆମେ କହୁ ନାହୁଁ, ଯାହା ବାସ୍ତବରେ ଦେଖିଲୁ ଆମ ଆଖିରୁ ଲୋହ ରହିଲା ନାହିଁ । ୩୫ ବର୍ଷରେ ବୈକୁଣ୍ଠ ଜେନା ଜଣେ ଦିନ ମଜୁରୀଆ ଭାବେ ବାହାରକୁ ଦାଦନ ଖଟିବାକୁ ଯାଏ, ବେଶ ଦୁଇ ପଇସା ରୋଜଗାର କରି ସଂସାର ହସ ଖୁସିରେ ଚଳି ଯାଆନ୍ତି । ହଠାତ୍ ବୈକୁଣ୍ଠ ମୁଣ୍ଡ ଉପରେ ଆକାଶରେ କଳା ବାଦଲ ଘେରି ଯାଇଥିଲା । ବୈକୁଣ୍ଠ କୌଣସି ଏକ କାମରେ ଘରୁ ସକାଳେ ବାହାରି ଯାଇଥିଲେ ଫେରିବା ବାଟରେ ରାତି ହୋଇଯାଇଥିଲା । ବଡ଼ପୋଖରୀ ପଞ୍ଚାୟତ ଜୁକ୍ ଗାଡିଆ ଗ୍ରାମ ରାସ୍ତା ନିକଟରେ ବାଇକିରେ ପଡ଼ି ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା ବେଳେ, ସେ କୋମା କୁ ଚାଲଯାଇଥିଲେ । ରାତି ସାରା ରାସ୍ତା କଡ଼ରେ ପଡ଼ିଥିବା ବେଳେ, ସକାଳେ କିଛି ଲୋକେ ଦେଖି ଆମ୍ବୁଲାନ୍ସକୁ ଖବର ଦେବା ସଙ୍ଗେ ସଙ୍ଗେ ବୈକୁଣ୍ଠ ଜେନାଙ୍କ ଘରକୁ ମଧ୍ୟ ଖବର ଦେଇଥିଲେ । ବୈକୁଣ୍ଠଙ୍କୁ ପ୍ରଥମେ ସୋର ମେଡିକାଲ, ପରେ ବାଲେଶ୍ଵର ଜିଲ୍ଲା ମେଡ଼ିକାଲ ନେଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟ ସ୍ଵାଭାବିକ ନହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କିଛି ସୁଧାର ନଆସିବାରୁ ଯୁବ ସମାଜସେବୀ ଗଣେଶ୍ୱର ବେହେରା(ଗ୍ରାମ ଚିଞ୍ଚିଡା), ପୁଣି ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲରେ ଚିକିତ୍ସା ପାଇଁ ସହଯୋଗ କରିଥିଲେ । ଏବେ ଆଇସିୟୁରେ ଚିକିତ୍ସା ଧିନ ଅଛନ୍ତି ।

ଆଜକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କିଛି ସୁଧାର ଆସୁନି । ଡାକ୍ତର କହୁଛନ୍ତି ଭଲ ହେବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେବ। କେବଳ ଭଗବାନ ହିଁ ସାହା ଭରସା । ଏବେ ଭେଣ୍ଟିଲେସନରେ ଅଛନ୍ତି ବୈକୁଣ୍ଠ । ପତ୍ନୀ ତିଳୋତମା ଘରର ଆସବା ପତ୍ର ବିକି ଭାଙ୍ଗି ସାରିଲେଣି, ସ୍ବାମୀ କିପରି ଜଲଦି ଭଲ ହେଇଯିବେ । ସର୍ବସ୍ବ ହରେଇ ସାରିଲେଣି, ଏବେ କେବଳ ଦଇବ ସାହା । ପାରିବାର ବୁଇଲେ ୪ ଜଣ ବୁଢ଼ା ବପା ଓ ମା, ସେଥି ମଧ୍ୟରୁ ରୋଜଗାରିଆ ପୁଅ ଥିଲା ୩୫ ବର୍ଷର ବୈକୁଣ୍ଠ । ପତ୍ନୀ ତିଳୋତମା ୮ ବର୍ଷର ପୁଅ, ୬ ମାସର ଝିଅ ଓ ସ୍ବାମୀ ଚିକିତ୍ସା ନିମନ୍ତେ ଆର୍ଥିକ ଅନଟନ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ବୁଢ଼ା ବାପ ଓ ମା ଆଖିର ଲୁହ ଧାର ଧାର, ଅନେଇ ବସିଛନ୍ତି ପୁଅର ଫେରିବା ବାଟକୁ । କେବେ ପୁଅ ଭଲ ହଇ ଫେରିବ ଆଉ ଆମକୁ ଗଣ୍ଡେ ଭଲରେ ଖାଇବାକୁ ଦେବ । ରୋଜଗାରିଆ ପୁଆ ମେଡ଼ିକାଲରେ ଶୋଇଛି ପତ୍ନୀ ତିଳୋତମା ସରକାର ତରଫରୁ ପାଇଥିବା ବିଜୁ ସ୍ବାସ୍ଥ୍ୟକାର୍ଡ ଅର୍ଥ ସବୁ ଖର୍ଚ୍ଚ ହୋଇସାରିଛି । ଏବେ ଉପାୟ ଶୂନ୍ୟ । ହାତଯୋଡ଼ି ନେହୁରା ହୋଇ କହୁଛି, ହେ ସରକାର ମୋ ସ୍ବାମୀକୁ ଭଲ କରିଦିଅ । ମୋ ପରିବାରକୁ ବଞ୍ଚେଇ ଦିଅ । ମୁଁ ହାତଯୋଡ଼ି ବିନତୀ କରୁଛି, ହେ ଓଡ଼ିଶାବାସୀ ମୋ ସ୍ବାମୀକୁ ଭଲ କରିଦିଅ । ମୋ ପରିବାରକୁ ବଞ୍ଚେଇ ଦିଅ । ୬ ମାସର କୋମଳ ମତି ଝିଅକୁ ଧରି ହାତ ପାତି ମାଗୁଛି ସାହାଯ୍ୟ । ଯଦି କେହି ସ ହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇ ବୈକୁଣ୍ଠଙ୍କ ଚିକିତ୍ସା ପାଇଁ କିଛି ଅର୍ଥ ସାହାଯ୍ୟ କରନ୍ତେ, ତା’ ହାଲେ ବୈକୁଣ୍ଠଙ୍କ ପାରିବାର ବଞ୍ଚି ଯାଆ’ନ୍ତେ । ଅଘାଶୂଳ ଗ୍ରାମର ଯୁବ ସମାଜସେବୀ କ୍ଷୀରୋଦ ଜେନାଙ୍କ ଠାରୁ ଖବରପାଇ ଆମ ନ୍ୟୁଜ ଟିମ୍ ପହଞ୍ଚିଥିଲା ବୈକୁଣ୍ଠଙ୍କ ଘରେ । ଆଉ ସେଠାରେ ଯାଇ ଦେଖିଲୁ କାନ୍ଦ କୋଳାହଳର ଶବ୍ଦ । ଆକୁଳ ନିବେଦନ, ଆମକୁ ସାହାଯ୍ୟ କରନ୍ତୁ । ଆମ ନ୍ୟୁଜ ମାଧ୍ୟମରେ ଆମେ ନିବେଦନ କରୁଛୁ କି, ଜତ କିଞ୍ଚିତ ଅର୍ଥ ସାହାଯ୍ୟ କଲେ ବୈକୁଣ୍ଠ ଜୀବନ ବଞ୍ଚି ଯାଆନ୍ତା । ତିଳୋତମା ଜେନାଙ୍କ Googlepay Number-9920465878 ରେ କିମ୍ବା UCO Bank AC No-10080110054789, IFSC-UCBA0001008 ରେ ପଠେଇ ପାରିବେ ।

Leave a Reply

Your email address will not be published. Required fields are marked *