ବାଲିଆପାଳ : ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ପରେ ପିଟାମାରା, ସ୍ୱାମୀଙ୍କ ବିରୁଦ୍ଧରେ ବାଲିଆପାଳ ଥାନାରେ ସ୍ତ୍ରୀ ଦେଲେ ଏତଲା । ସୂଚନାରୁ ପ୍ରକାଶ ବାଲିଆପାଳ ଥାନା ଅଧିନସ୍ଥ ବଢାପାଳ ଗ୍ରାମର ସଂଯୁକ୍ତା ଜେନା ସ୍ୱାମୀ ପ୍ରଦୀପ କୁମାର ଜେନାଙ୍କ ନାମରେ ଥାନାରେ ଘରୋଇ କଳିକୁ ନେଇ ହଜାର ।

ପ୍ରଦୀପ ତାର ସ୍ତ୍ରୀ ସଂଯୁକ୍ତାକୁ ବାପାଙ୍କୁ ରାସନ ଚାଉଳ ଆଣିବାକୁ ପଠାଇ ଦେବୁ କହି କୁଆଡେ ଯାଇଥିଲା । କିଛି ସମୟ ପରେ ଆସି ସଂଯୁକ୍ତାକୁ ପଚାରି ଥିଲା ବାପା କାହିଁ, ସେ କହିଥିଲା ବାପା ବିଲକୁ ଘାସ ଆଣିବାକୁ ଯାଇଛନ୍ତି ସେ ଆସିଲେ ମୁଁ ତାଙ୍କୁ କହିବି ସେ ଯିବେ ଚାଉଳ ଆଣିବାକୁ । ପ୍ରଦୀପ ହଠାତ ରାଗିଯାଇ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳିଗୋଲଜ କରିବା ସହିତ ପିଟିଥିଲା ଏବଂ ପରିବା କଟା ଅସ୍ତ୍ର ଧରି ହାଣିବାକୁ ସ୍ତ୍ରୀକୁ ଗୋଡେଇ ଗୋଡେଇ ଗାଁ ଶେଷରେ ତାର ଶଶୁର ଘରକୁ ନେଇ ଯାଇଥିଲା । ଶଶୁର ଘରେ ସ୍ତ୍ରୀକୁ ମାରିବା ସହିତ ଶଶୁର ଶାଶୁକୁ ଜୀବନରୁ ମାରିଦେବି କହିବା ସହିତ ତ ବଂଶରେ କାହାରିକୁ ବଞ୍ଚିବାକୁ ଦେବିନାହିଁ, ପୋଲିସ ମୋର କିଛି କରିପାରିବ ନାହିଁ ପୋଲିସକୁ ପଇସା ଆଗରୁ ଦେଇଛି ଆଉ ନେଲେ ଦେବି ମୋ ବାଳ ବଙ୍କା କରିପାରିବ ନାହିଁ ପୋଲିସ । ଯଦି ଜେଲ ଗଲି ଜେଲରୁ ଆସିଲେ କାହାରିକୁ ଏ ଦୁନିଆରେ ରହିବାକୁ ଦେବିନାହିଁ । ପ୍ରଦୀପ କଥାରୁ ଯାହା ଜଣାପଡୁଛି ପୋଲିସ ବାବୁଙ୍କ ସହିତ ଭିତିରିଆ ଭାବଅଛି ।
