ଭିନ୍ନକ୍ଷମ ବିଦ୍ୟାଳୟରେ ପିଲାଙ୍କୁ ମଜୁରିଆ ଭଳି ଖଟାଉଛନ୍ତି ଶିକ୍ଷକ

ବାଲେଶ୍ବର : ବାଲେଶ୍ବର ଭିନ୍ନକ୍ଷମ ବିଦ୍ୟାଳୟରୁ ଆସିଲା ପିଲାଙ୍କ ନିର୍ଯାତନାର ଭିଡିଓ । ବିଦ୍ୟାଳୟର ଶିକ୍ଷକ ମାନବିକତା ଭୁଲି ଏହି ଅନ୍ଧ-ମୂକ ପିଲାମାନଙ୍କୁ ଇଟା, ବାଲି ବୁହାଉଛନ୍ତି । ଯେପରି ମଜୁରିଆମାନେ କୋଠା ଘର ମରାମତି କାମରେ  ଇଟା-ବାଲି ବୁହନ୍ତି, ସେହିପରି ଏ ପିଲାମାନେ ମଧ୍ୟ ଲାଗିପଡିଛନ୍ତି ।

କିନ୍ତୁ ନିଜ ଇଚ୍ଛାରେ ନୁହେଁ ବରଂ ଶିକ୍ଷକଙ୍କ ଇଛାରେ । ବଡ ଆଶ୍ଚଯ୍ୟ କଥା ଆଉ ଦୁଃଖର କଥା ଯେ ଯେଉଁ ପିଲାମାନେ ନିଜ କାମ ଠିକ୍‌ରେ କରିପାରୁନାହାଁନ୍ତି ତାଙ୍କ ଦ୍ୱାରା କରାଯାଉଛି ଏ ସବୁ କାମ । ବାଲେଶ୍ୱରର ଭିନ୍ନକ୍ଷମ ବିଦ୍ୟାଳୟରେ ଶିକ୍ଷକ ଏହିଭଳି ପିଲାମାନଙ୍କୁ ନିଯ୍ୟାତନା ଦେବାର ଭିଡିଓ ଏବେ ଭାଇରାଲ ହେଉଛି ।

ବିଦ୍ୟାଳୟରେ ଶିକ୍ଷକ ଅନ୍ଧ, ମୂକ ପିଲାଙ୍କୁ ପକ୍କା କାମ କରାଉଥିବାର ଭିଡିଓ ଗ୍ରାମବାସୀଙ୍କ ଦ୍ବାରା ମୋବାଇଲରେ କଏଦ କରାଯାଇଥିଲା । ତେବେ ଏ ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଶିକ୍ଷକ ଏହି ମୁକ ବଧିର ପିଲାଙ୍କୁ କାମରେ ଲଗାଇବାର କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଦିର୍ଘଦୀନ ଧରି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବାର ଗ୍ରାମବାସୀମାନେ ମଧ୍ୟ ଅଭିଯୋଗ କରିଆସୁଥିଲେ । ହେଲେ ଏ ବାବଦରେ ବିଭାଗୀୟ ଅଧିକାରୀ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

Leave a Reply

Your email address will not be published. Required fields are marked *