ହରିଶଙ୍କର : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଘୋଷଣା କରି ଥିବାବେଳେ ବର୍ତ୍ତମାନ ସୁଦ୍ଧା ହରିଶଙ୍କରର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରି ନାହିଁ । ହରିଶଙ୍କର ଓ ନୃସିଂହ ନାଥ ତୀର୍ଥସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି । ରାଜପଥରେ ଯିବାକୁ ହେଲେ ଦୀର୍ଘ ୭୦ କିଲୋମିଟର ପଡୁଥିବା ବେଳେ ଲୋକେ ଅଧିକା ଖର୍ଚ୍ଚାନ୍ତ ହେଉଥିବା ବେଳେ ସେଠାକୁ ଯିବା ପାଇଁ କୌଣସି ସୁବିଧା ନଥିବାରୁ ଏକମାତ୍ର ଭରସା ରୋପ ୱେ ।
ଏହି ରୋପ ୱେ ନିର୍ମାଣ ପାଇଁ ଗତକାଲି କୋଶଳ ମୁକ୍ତି ମୋର୍ଚ୍ଚା ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ମିଳିତ ଉଦ୍ୟମରେ ଜଳ ସତ୍ୟାଗ୍ରହ ହୋଇଥିଲା । ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜଳ ସତ୍ୟାଗ୍ରହ ଜାରି କରାଯିବ ବୋଲି କହିଛନ୍ତି । ଖବର ପାଇ ଖପ୍ରାଖୋଲ ତହସିଲଦାର ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ପ୍ରକାର ସଫଳ ହୋଇପାରିନାହିଁ ।
