ସୋର ବିଦ୍ୟୁତ ଅଫିସ ଘେରାଓ

ସୋର : ସୋର ବ୍ଲକ ଅଧିନ ମୁଳିସିଂ ଗ୍ରାମପଂଚାୟତର ୫ଟି ଗ୍ରାମର ପାଖାପାଖି ୩୦୦ଲୋକମାନେ ଆଜି ସୋର ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କରିଥିଲେ । ସେମାନଙ୍କ ଅଭଯୋଗ ମୁଳେ ୫ଖଣ୍ଡ ଗ୍ରାମରେ ପାଖପାଖି ୪ଦିନ ଧରି ବିଦ୍ୟୁତ ନଥିଳା ବେଳେ ବାରମ୍ବାର ଗ୍ରାମବାସୀ ଯୋଗାଯୋଗ କଲାପରେବି ବିଦ୍ୟୁତ ସଂଯୋଗ କରାଯାଉ ନାହିଁ ।

ଗ୍ରାମବାସୀଙ୍କରଦୀର୍ଘଦିନ ଧରି ଅହେତୁକ ବିଦ୍ୟୁତ କାଟ କରୁଥିବା ଏବଂ ୩ରୁ ୪ମାସର ବିଲ ଏକ ସାଙ୍ଗରେ ନେବାପାଇଁ ଦାବିକରୁଥିବା ବେଳେ ଗ୍ରାମବାସୀ ସେହି ମାତ୍ରାରେ ସୁବିଧା ପାଇପରୁନଥିବା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୋର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା ।

Leave a Reply

Your email address will not be published. Required fields are marked *