ଭୁବନେଶ୍ୱର : ପୋଲିସ ବିଭାଗରେ ବଡ଼ କେଲେଙ୍କାରୀ । ସରକାରୀ ରାଜସ୍ୱକୁ ଖାଇ ଚାଲିଛନ୍ତି ବଡ଼ ପୋଲିସ ବାବୁ । ଅଭିଯୋଗ କଲେ କି ପ୍ରଶ୍ନ କଲେ ଚାକିରୀରୁ ବିନା କାରଣରେ ବିଦା କରୁଛନ୍ତି । ସେପଟେ, ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି ଯବାନ । ଗଜପତି OSAP 3RD SSBNର ଯବାନ ବିଜୟ ଚୌଧୁରୀ ଆତ୍ମହତ୍ୟା ପାଇଁ ଦେଉଛନ୍ତି ଧମକ । ଡ଼ିଆଇଜି ଓ ଏଡିଜି ତାଙ୍କ ଦାବି ନଶୁଣିଲେ ସେ ଆତ୍ମହତ୍ୟା କରିବେ ବୋଲି ନେଇଛନ୍ତି ଶେଷ ନିଷ୍ପତ୍ତି ।
ଗଜପତିର କାମଣ୍ଡେଣ୍ଡ ଜୁରିଆ ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୋଲିସ ବିଭାଗର ଟଙ୍କାକୁ ଆତ୍ମସାତ କରିଥିବା ନେଇ ବିଜୟ ଚୌଧୁରୀ ଡିଜିଙ୍କୁ ଅଭିଯୋଗ କରିଥିଲେ । ପରେ ସମସ୍ତ ତଥ୍ୟ ପ୍ରମାଣ ଥିବାରୁ ଚକ୍ରାନ୍ତ କରି ତାଙ୍କୁ ଚାକିରୀରୁ ବହିଷ୍କାର କରିଥିବା ନେଇ ବିଜୟ ଅଭିଯୋଗ କରିଛନ୍ତି ।
