ଭୁବନେଶ୍ବର : ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଭୁବନେଶ୍ବର ୧ ନମ୍ବର ହାଟରେ କୁଢ କୁଢ ଅଳିଆ । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ । ବିଏମ୍ସି ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି ।
ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି । ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି । ବ୍ୟବସାୟୀ ସଂଘ ସହ ବୈଠକ ଡାକିଲେ କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
