ବାଲେଶ୍ବର : ରାଜ୍ୟରେ ଦିନକୁ ଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇପଡୁଥିଲା ବେଳେ ବାଲେଶ୍ବର ଜିଲାରେ କଂଗ୍ରେସ ସୁଦୃଢ ଥିବା ଜିଲ୍ଲା କଂଗ୍ରେସ ଦାବି କରୁଥିଲା ।

ତେବେ ବାଲେଶ୍ବର ଜିଲାର ସୋର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ସୁଦୃଢ ଥିବା ବେଳେ କଂଗ୍ରେସ ସୋର ନିର୍ବାଚନ ମଣ୍ଡଳିରେ ବିଧାୟକ ପଦବୀ ହାତେଇ ପାରିବ ବୋଲି ଦଳ ଦୃଢକ୍ତି ପ୍ରକାଶ କରୁଥିଲା ବେଳେ ଜଦି ଶରତରାଜ ଇସ୍ତଫା ଦିଅନ୍ତି ସୋର କଂଗ୍ରେସ ରସା ତଳକୁ ଚାଲିଯିବ । ଶରତ ରାଜ ବାଲେଶ୍ବର ଜିଲା କଂଗ୍ରେସ ସଭାପତି ଦାୟିତ୍ବରେ ଦୀର୍ଘଦିନ ଧରି ରହିଥିଲା ବେଳେ ତାଙ୍କ ଦଳ ଛାଡିବା କଂଗ୍ରେସର ଅନ୍ତଦ୍ବନ୍ଦର ଶେଷ ଅବସ୍ତାକୁ ପଦାରେ ପକାଇଛି । ଶୁଣିବାକୁ ମିଳୁଛି ଶରତ ରାଜଙ୍କୁ ନୀଳଗିରୀ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ପାର୍ଥୀ କରାନଯିବାରୁ ସେ ଇସ୍ତଫା ଦେବେ। ତାଙ୍କ ଇସ୍ତଫାରେ ସୋର ତଥା ନୀଳଗିରି ନିର୍ବାଚନ ମଣ୍ଡଳିର କଂଗ୍ରେସକୁ ବହୁ ପରିମାଣରେ କ୍ଷତି ପହଞ୍ଚାଇବା ଅନୁମେୟ କରାଯାଉଛି ।
