ଅନୁଗୋଳ : ଶିଳ୍ପ ଜିଲ୍ଲା ଅନୁଗୋଳରେ ସ୍ବାଧୀନତା ୭୫ ବର୍ଷ ପରେ ମଧ୍ୟ ଆଜି ବି ଲୋକମାନଙ୍କ ଦୈନନ୍ଦିନ ଜୀବନ ଯାତ୍ରା ପାଇଁ ନଦୀରେ ପୋଲ ନିର୍ମାଣ ବଦଳରେ ଡଙ୍ଗାର ବ୍ୟବହାର କରୁଛନ୍ତି । ଏହାକୁ ନେଇ ଏକ ଡଙ୍ଗାର ଉଦଘାଟନ କରିଛନ୍ତି ପାଲଲହଡା ବିଧାୟକ ମୁକେଶ କୁମାର ପାଳ । ଜିଲ୍ଲାର ସମଲ ଠାରେ ବ୍ରାହ୍ମଣୀ ନଦୀରେ ସମଲ ବ୍ୟାରେଜ୍ ନିର୍ମାଣ ପରେ ନଦୀର ଉଭୟ ପାର୍ଶ୍ଵରେ ଥିବା ଗାଁଗୁଡିକ ନଦୀ ଭିତର ଦେଇ ଯାତାୟାତରେ ୧ କିଲୋମିଟର ରାସ୍ତାକୁ ପାର ନହୋଇପାରି ୩୫ କିଲୋମିର ରାସ୍ତା ବୁଲିବୁଲି ଯିବାକୁ ପଢୁଥିବାରୁ ବାଧ୍ୟ ହୋଇ କାଠଡଙ୍ଗା ବ୍ୟବହାର କରୁଛନ୍ତି ।
ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେବ ନଦୀ ମଧ୍ୟରେ ଯାତାୟାତ କରୁଥିବା ବେଳେ ନଦୀରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପାଳଲହଡା ବିଧାୟକ ମଧ୍ୟ ପୋଲ ନିର୍ମାଣ ହେବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇଆସିଛନ୍ତି । କିନ୍ତୁ ପୋଲ ନିର୍ମାଣ କରିବା ତ ଦୁରରକଥା, ବଦଳରେ ବର୍ତ୍ତମାନ ଏନଟିପିସି କର୍ତ୍ତୃପକ୍ଷକୁ ବିଧାୟକ ଦାବି କରି ୨ଟି କାଠ ଡଙ୍ଗାର ବ୍ୟବସ୍ଥା କରାଯାଇଛି ।
ଗୋଟିଏ ଡଙ୍ଗା ତାଳପଦାରୁ ଶିଲିଙ୍ଗ୍ ଘାଟ ପାଇଁ ହୋଇଥିବା ବେଳେ ଅନ୍ୟ ଟି ଗହମରୁ ଦୁର୍ଗାପୁରୁକୁ ନଦୀ ମଧ୍ୟରେ ଗ୍ରାମବାସୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରିବେ ।
