ପାଖେଇ ଆସୁଛି ଉପନିର୍ବାଚନ, ସରଗରମ ହେଉଛି ରାଜନୀତି : ଧାମନଗର ଫାଇଟରେ ସୂର୍ଯ୍ୟବଂଶୀ ସୁରଜ ହେଲେ ବିଜେପି ବିଧାୟକ ପ୍ରାର୍ଥୀ

ଧାମନଗର : ପାଖେଇ ଆସୁଛି ଉପନିର୍ବାଚନ, ସରଗରମ ହେଉଛି ରାଜନୀତି । ଧାମନଗର ଫାଇଟରେ ସୂର୍ଯ୍ୟବଂଶୀ ସୁରଜ ହେଲେ ବିଜେପି ବିଧାୟକ ପ୍ରାର୍ଥୀ । ରବିବାର ଆନୁଷ୍ଠାନିକ ଭାବେ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ଏବେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଛି ।

ଗତ ନିର୍ବାଚନରେ ପରାସ୍ତ ହୋଇଥିବା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିବ ନା ଆଉ କେଉଁ ଚେହେରା ସାମ୍ନାକୁ ଆସିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ କଂଗ୍ରେସରେ ବି ପ୍ରାର୍ଥୀ କନଫ୍ୟୁଜନ ଜାରି ରହିଛି । ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ନିଷ୍ପତ୍ତି ହୋଇପାରୁନି । ଦୁଇ ଦଳ ପକ୍ଷରୁ କେବେ ପ୍ରାର୍ଥୀଙ୍କ ନାମ ଘୋଷଣା ହେଉଛି ଦେଖିବାକୁ ବାକି ।

Leave a Reply

Your email address will not be published. Required fields are marked *