ସୋର କଂଗ୍ରେସ ଭରଷା କଲା ଅନନ୍ତଙ୍କୁ : ଉଡା ଚଢେଇକୁ ସୋର ବାଶୀ ଗ୍ରହଣ କରିବେତ !

ସୋର : ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷ ନିର୍ଜାସରେ ପହଞ୍ଚିଲା କଂଗ୍ରେସ । ଏକ ବିଷେଶ ସୂତ୍ରରୁ ମିଳିଥିବା ତଥ୍ୟ ମୂଳେ ସୋର ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ହେବେ ଅନନ୍ତ ସେଠୀ । ତେବେ ଦଳ ଏହା ଆଗାମି ୨୫ତାରିଖରେ ଘୋଷଣା କରିବା ଜଣା ପଡିଥିବା ବେଳେ ସୋରରେ ଅନନ୍ତଙ୍କୁ ନେଇ ବିରୋଧ ଦେଖାଗଲାଣି ଯାହା କଂଗ୍ରେସର ନେତୃତ୍ୱଙ୍କୁ ଅଡୁଆଭିତରକୁ ନେଇଯାଉଥିବା ଦେଖିବାକୁ ମିଳୁଛି ।

ତେବେ କଂଗ୍ରେସ ମହେଶ୍ୱର ସେଠୀଙ୍କୁ ପ୍ରାର୍ଥୀକରିବାକୁ ନିସ୍ପତି ନେଇଥିଲା ବେଳେ ତାଙ୍କର ଚାକିରିରେ ସମସ୍ୟାଥିବାରୁ ସେ ପ୍ରାର୍ଥୀ ହୋଇପାରିବେନି । ଏପଟେ ମୃତ୍ୟୁଞ୍ଜୟ ଜେନାଙ୍କୁ ପ୍ରାର୍ଥୀ କରାନଜିବାକୁ ଅଡିବସିଛନ୍ତି କିଛି ଆଗଧାଡିର କର୍ମୀ ସେମାନଙ୍କର କହିବା କଥା ଦୀର୍ଘ ୫ବର୍ଷ ମଧ୍ୟରେ ମୃତ୍ୟୁଞ୍ଜୟ ଦିନେବି ଲୋକଙ୍କ ପାଖକୁ ଆସି ନାହାନ୍ତି । ତେବେ ଏପରି ସ୍ଥଳେ ଅନନ୍ତ ସେଠୀ ଉପଯୁକ୍ତ ପ୍ରାର୍ଥୀ ବୋଲି ଦାବିକରୁଛନ୍ତି ସୋର ନିର୍ବାଚନ ମଣ୍ଡଳିର କେତେଜଣ କଂଗ୍ରେସ କର୍ମୀ । ଅନ୍ୟପଟେ ସୋର ଦିର୍ଘଦିନ ଧରି କଂଗ୍ରେସର ଗଡ ଭାବେ ବେଶ ପରିଚୟ ପାଇଥିଲା ବେଳେ ସେ ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ପର୍ଶୂରାମ ଧଡା । ତେବେ ପର୍ଶୂ ସୋରର ବାସିନ୍ଦା ହୋଇଥିଲା ବେଳେ ଅନନ୍ତ ଭଦ୍ରକ ବାସିନ୍ଦା, ତାଙ୍କୁ ସୋର ବାଶୀ ଅଧିକ ସମର୍ଥନ କରିନପାରନ୍ତି । ଏଭଳି ଅବସ୍ଥାରେ ଅନନ୍ତ ସୋରରେ ପ୍ରାର୍ଥୀହେବାକୁ ସାଧାରଣ ଗାଉଁଲି କଂଗ୍ରେସ କର୍ମୀ ସହଜେ ହଜମ କରିପାରୁ ନାହାନ୍ତି । ତେବେ ଜଦି ଅନନ୍ତଙ୍କୁ ବାହାର ଲୋକ ବୋଲି ବିରୋଧ ହୁଏ ତାହାଲେ ସୁଖିଲାରେ ଫାଇଦା ନେଇନେବ ବିଜେଡି । ତାହାଲେ ଅନନ୍ତଙ୍କ ଭଳି ଉଡାଚଢେଇକୁ ସୋର ବାଶୀ ଗ୍ରହଣ କରିବେକି ନାହିଁ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *